କନକ ବ୍ୟୁରୋ : ଜଣାଶୁଣା ଅଭିନେତା ବିଜୟ ବର୍ମାଙ୍କ ମନର କଥା । ଜାତୀୟ ଗଣମାଧ୍ୟମରେ ଦେଇଥିବା ଏକ ସାକ୍ଷାତକାରରେ ନିଜ ମନର କଥାକୁ ବଖାଣିଛନ୍ତି ବିଜୟ ବର୍ମା । କିଭଳିଭାବେ ଥିଏଟର ଜଗତରୁ ଆସି ସିନେମାରେ ପହଞ୍ଚିଛନ୍ତି ସେ ସମ୍ପର୍କରେ ବିସ୍ତୃତଭାବେ କହିଛନ୍ତି । ‘ଦହଡ଼’ ୱେବ ସିରିଜରେ ନିଜର ବରିଷ୍ଠ ଅଭିନୟ ଦର୍ଶକଙ୍କ ମହଲରେ ତାଙ୍କୁ ଅନେକ ସଫଳତା ଦେଇଛି । ବଲିଉଡର ଆଗ ଧାଡ଼ିର ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଅନ୍ୟଟେ ‘ଲଭ୍ ଷ୍ଟୋରୀ ୨’ରେ ତମନ୍ନା ଭାଟ୍ଟିଆଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ବିଜୟ । ଉଭୟଙ୍କ ରୋମାନ୍ସ ସିନକୁ ନେଇ ଦର୍ଶକେ ବେଶ ପସନ୍ଦ କରିଛନ୍ତି । ଯାହାକୁ ନେଇ ଅନେକ କଠିନ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଜୟ ।

Advertisment

ଅତୀତରେ ମହିଳାଙ୍କ ଯୌନ ସମ୍ପର୍କକୁ ନେଇ କିଛି ଫିଲ୍ମ ନିର୍ମାଣ କରାଯାଇଛି । ‘ଉତ୍ସବ’, କାମସୂତ୍ର ଭଳି ଚଳଚିତ୍ର ଦେଖିଛନ୍ତି ଦର୍ଶକେ । ପୂର୍ବରୁ ଏଭଳି ଫିଲ୍ମରେ ଧ୍ୟାନ ଦିଆଯାଉଥିଲା । କିନ୍ତୁ ବର୍ତ୍ତମାନ ଏଭଳି ଫିଲ୍ମ ଉପରେ ସେତେଟା ପ୍ରୟାସ କରାଯାଉନାହିଁ । ତେବେ ଅଧିକାଂଶ ଲୋକେ ପ୍ରଶ୍ନ ଉଠାନ୍ତି କି, ଏଭଳି ଫିଲ୍ମକୁ କଣ ଆମେ ପରିବାର ଲୋକଙ୍କ ସହ ବସି ଦେଖି ପାରିବା କି? ଇଣ୍ଟରନେଟ ସବୁ ସ୍ଥାନରେ ଉପଲବ୍ଧ ହୋଇଥାଏ । ଛୋଟ ସହର ହେଉ ବା ଗାଁ ଏବେ ସମସ୍ତେ ପ୍ରାୟତଃ ବିକଶିତ । ଗୋଟିଏ କ୍ଲିକରେ ଆମେ ବିଶ୍ୱର ଖବର ଜାଣିପାରୁଛେ । ଗାଁର ଝିଅମାନେ ମଧ୍ୟ ନିଜ ଇଛାରେ ଡ୍ରେସପିନ୍ଧୁଛନ୍ତି ଆଜିକାଲି ସମସ୍ତେ ସବୁଆଡ଼େ ବୁଲୁଛନ୍ତି । ସମାଜରେ ବହୁତ ପରିବର୍ତ୍ତନ ମଧ୍ୟ ହୋଇଛି । ସିନେମା ସମାଜ ସହ ଗତିକରେ । ସମାଜରେ ଯାହା ଘଟେ ସିନେମାରେ ତାକୁ ଚିତ୍ରଣ କରାଯାଏ । ଯେତେବେଳେ ‘ଲଭ୍ ଷ୍ଟୋରୀ’ ରିଲିଜ ହେଲା ଲୋକଙ୍କ ଦୃଷ୍ଟିକୋଣ ବହୁ ପରିମାଣରେ ବଦଳିଗଲା । ଲୋକମାନେ ଅନୁଭବ କଲେ କି, ଏପରି କାହାଣୀ ନିର୍ମାଣ ହୋଇପାରେ । ମହିଳା ଅର୍ଗାଜିମ ବିଷୟରେ କାହାଣୀ ଥିଲା । ସେଥିରେ ଆମେ ସେହି ବଷୟ ଗୁଡ଼ିକ ଉପରେ ଛୋଟ ପଦକ୍ଷେ ନେଇଛୁ ଯାହା ନିଷେଧ । ଆମକୁ ସ୍ୱୀକାର କରିବାକୁ ହେବ । ମହିଳା ଅର୍ଗାଜିମ ବିଷୟରେ କାହାଣୀ ଥିଲା । ସେଥିରେ ଆମେ ସେହି ବଷୟ ଗୁଡ଼ିକ ଉପରେ ଛୋଟ ପଦକ୍ଷେପ ନେଇଛୁ ଯାହା ନିଷେଧ । ଆମକୁ ସ୍ୱୀକାର କରିବାକୁ ହେବ ଯେ ମହିଳାମାନେ ଦୁନିଆର ସୁନ୍ଦର ସୃଷ୍ଟି । ମହିଳାମାନେ ଅନେକ କ୍ଷେତ୍ରରେ ଆମମାନଙ୍କଠାରୁ ମଧ୍ୟ ଉନ୍ନତ ଅଟନ୍ତି । ମୁଁ ସେମାନଙ୍କୁ ବହୁ ଉଚ୍ଚ ଗୁଣରେ ବୋଲି ବିବେଚନା କରେ ।

 ଅଭିନେତ୍ରୀ ତମନ୍ନାଙ୍କୁ ନେଇ ବିଜୟ ଅନେକ କଥା କହିଛନ୍ତି । ସେ କହିଛନ୍ତି କି ତମନ୍ନ ଜଣେ ସରଳ ମଣିଷ । ସୁଟିଂ ସମୟରେ ତାଙ୍କ ଦେହ ଖରାପ ଥିଲା । ମୁଁ ଏବଂ ଆମ ନିର୍ଦ୍ଦେଶକ ତାଙ୍କ ଦାୟିତ୍ୱ ନେଇଥିଲୁ । ଆମେ ପରସ୍ପରକୁ ବୁଝିବା ସହ ଭଲ ବନ୍ଧୁ ହୋଇପାରିଛୁ । ଯେଉଁଥି ପାଇଁ କ୍ୟାମେରା ସାମ୍ନାରେ ଅଭିନୟ କରିବାବେଳେ ଆମକୁ କୌଣସି ଅସୁବିଧା ହୋଇନାହିଁ । ସମୟ ବିତାଇବାକୁ ବହୁତ ଖୁସି ଲାଗିଲା ।

 ‘ଦହଡ଼’ ୱେବ ସିରିଜରେ ସୋନାକ୍ଷୀଙ୍କ ସହ ବିଜୟଙ୍କ ଯୋଡ଼ିକୁ ମଧ୍ୟ ଦର୍ଶକେ ଢ଼େରସାରା ଭଲ ପାଇବା ଦେଇଛନ୍ତି । ସୋନାକ୍ଷୀଙ୍କ ସହ ତାଙ୍କ କେମେଷ୍ଟ୍ରିକୁ ନେଇ ବିଜୟ କହିଛନ୍ତି କି, ତାଙ୍କର ‘ଦବଙ୍ଗ’ ରିଲିଜ ହେବା ଦିନଠାରୁ ମୁଁ ତାଙ୍କ ଫ୍ୟାନ । ଯେତେବେଳେ ମୁଁ ତାଙ୍କ ସହ କାମ କରିବାର ସୁଯୋଗ ପାଇଲି ମୁଁ ବିଶ୍ୱାସ କଲିନାହିଁ । ତାଙ୍କ ବାପା ଜଣେ ବଡ଼ ଅଭିନେତା । ଆଉ ସୋନାକ୍ଷୀ ମଧ୍ୟ ଜଣେ ଭଲ ଅଭିନେତ୍ରୀ । ସେ ମୋ ସହ କାମ କରିବାକୁ ରାଜି ହେବେ ତ? ତେବେ ସେ ବହୁତ ଭଲ । ସେଟରେ ଆମେ ବହୁତ ମଜା କରିଛୁ । ପାର୍ଟିରେ ମଧ୍ୟ ଢ଼େର ନାଚିଛୁ ।

 ଥିଏଟରରୁ କ୍ୟାରିୟର କରିଥିବା ବିଜୟଙ୍କ କ୍ୟାରିୟରରେ ଅନେକ ଉତଥାନ ପତନ ହୋଇଛି । ମୋତେ ଯେତେବେଳେ ପ୍ରଥମ ଫିଲ୍ମର ଅଫର ମିଳିଥିଲା ମୁଁ ବହୁତ ଖୁସି ହୋଇଥିଲି । ମିଳିଥିବା ଟଙ୍କାରେ ମୁଁ ପାର୍ଟିରେ ଖର୍ଚ୍ଚ କରି ଦେଇଛି । କିନ୍ତୁ ସେହି ଫିଲ୍ମ ତିଆରି ହୋଇନାହିଁ । ପରେ ମୁଁ ସ୍ଥିର କରିଥିଲି ଯେ ଅତିକମରେ ଗୋଟିଏ ଫିଲ୍ମ କରିବି । ଏହାପରେ ମୁଁ କାମ ଖୋଜିବା ଆରମ୍ଭ କଲି । ପରେ ଯେଉଁ ଫିଲ୍ମ ମିଳିଲା ତାହା ମଧ୍ୟ ଅଧାରେ ଅଟକି ରହିଲା । ତିନି ବର୍ଷ ଅପେକ୍ଷା କରିବା ପରେ ମୋର ଯାତ୍ରା ଆରମ୍ଭ ହେଲା । ଏହି ଯାତ୍ରା ସମୟରେ ଇରଫାନ ଖାନ ସାର ଏବଂ ମନୋଜ ବାଜପେୟୀ ସାର ମୋତେ ବହୁତ ସମର୍ଥନ କରିଥିଲେ । ଏମାନେ ବହୁତ ସାହସ ଦେଇଥିଲେ । ମୁଁ ସେମାନଙ୍କ ନିକଟରେ ସବୁଦିନ ଚିର ଋଣୀ । ତେବେ ବିଜୟ ଶେଷରେ ଗୋଟିଏ କଥା କହିଛନ୍ତି କି, ମୁଁ ବର୍ଷ ବର୍ଷ ଧରି କାମ କରୁଥିବାବେଳେ ମୋତେ ଏବେ ସଫଳତା ମିଳୁଛି । ଏବେ ମୋ ପାଇଁ ଷ୍ଟୋରୀ ଲେଖା ହେଉଛି । ମୋ କ୍ୟାରିୟରରେ ଗ୍ରାଫ୍ ଧିରେ ଧିରେ ଉପରକୁ ଯାଉଛି । ମୁଁ ସ୍ୱାଧିନତାକୁ ଉଭୋଗ କରୁଛି । ମୁଁ ଯାହା ଚାହୁଁଛି ତାହା କରିପାରୁଛି ।