ବାପା, ମା’ଙ୍କ ବିରୋଧରେ କୋର୍ଟ ଗଲେ ଥାଲାପାଥି ବିଜୟ । ୧୧ ଜଣଙ୍କ ବିରୋଧରେ କଲେ ମାମଲା ଦାଏର

671

କନକ ବ୍ୟୁରୋ: ନିଜ ଫିଲ୍ମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି ସାଉଥ୍ ଆକ୍ଟର ଥାଲାପାଥି ବିଜୟ । ହେଲେ ଏଥର ଫିଲ୍ମକୁ ନେଇ ନୁହେଁ ବ୍ୟକ୍ତିଗତ ବିବାଦକୁ ନେଇ ଚର୍ଚ୍ଚାରେ ବିଜୟ । ନିଜ ବାପା, ମା’ଙ୍କ ସହ ଅନ୍ୟ ୧୧ଜଣଙ୍କ ବିରୋଧରେ କୋର୍ଟରେ ପହଂଚିଛନ୍ତି , ଯାହାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ ବୋଲି ସୂଚନା ରହିଛି ।

କଥା ହେଉଛି ବିଜୟଙ୍କ ବାପା ତଥା ଫିଲ୍ମ ନିର୍ଦ୍ଦେଶକ ଏସ୍ ଏ ଚନ୍ଦ୍ରଶେଖର ନିକଟରେ ଏକ ରାଜନୈତିକ ଦଳ ଗଢିଥିଲେ, ଯାହାର ନାଁ ରହିଛି ଅଲ ଇଣ୍ଡିଆ ଥାଲାପାଥି ବିଜୟ ମୁକ୍କଲ ୟାକାମ୍ ।ଏହାପରେ ବିଜୟ ରାଜିନୀତିରେ ପାଦ ଦେବେ ବୋଲି ଆଲୋଚନା ହେବାକୁ ଲାଗିଲା । ହେଲେ ଏପରି ଗୁଜବକୁ ଏକ ଗଣମାଧ୍ୟମ ଜରିଆରେ ପ୍ରତ୍ୟାକ୍ଷାନ କରିଥିଲେ । ବିଜୟ । ପାର୍ଟିରେ କୌଣସି ଭାବରେ ବିଜୟଙ୍କୁ ସମ୍ପୃକ୍ତ ନକରିବାକୁ ବିଜୟ ତାଙ୍କ ବାପା, ମା’ଙ୍କୁ ପୂର୍ବରୁ ଚେତାଇ ଦେଇଥିବା ସତ୍ତେ୍ୱ ଏହାର ବ୍ୟତିକ୍ରମ ବିଜୟଙ୍କୁ ବ୍ୟଥିତ କରିଛି । ଦଳର ନାଁ ବିଜୟଙ୍କ ନାଁରେ ହେବା ସହ ତାଙ୍କର ଏକ ଫ୍ୟାନ୍ ଗ୍ରୁପକୁ ଦଳରେ ପ୍ରାର୍ଥୀ କରିବାକୁ ଅୁନମିତ ମିଳିଥିବା ଜାଣିବା ପରେ ଏହାକୁ ବିରୋଧ କରି ବାପାଙ୍କ ସହ ୧୧ଜଣଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି ବିଜୟ । ମାଡ୍ରାସ୍ ହାଇକୋର୍ଟ ଏହି ମାମଲାର ଶୁଣାଣି ସେପ୍ଟେମ୍ବର ୨୭ ତାରିଖରେ କରିବେ ।