ଅଭିନେତା ସୁଶାନ୍ତ ଆତ୍ମହତ୍ୟା ମାମଲା । ଗାର୍ଲଫ୍ରେଣ୍ଡ ରିୟା ଓ ସାମୁଏଲ ମିରାଣ୍ଡାଙ୍କ ଘରେ ଏନସିବିର ରେଡ୍ । ଦୁଇଘଂଟାର ରେଡ ପରେ ମିରାଣ୍ଡା ଅଟକ

302

କନକ ବ୍ୟୁରୋ : ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତିଙ୍କ ଘରେ ରେଡ କରିିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଆଜି ସକାଳେ ଏନସିବିର ଏକ ୫ଜଣିଆ ଟିମ ରିୟା ଚକ୍ରବର୍ତିଙ୍କ ବାସଭବନରେ ପହଂଚି ଛାନଭିନ୍ କରୁଛନ୍ତି । ସେପଟେ ସେମୁଆଲ ମିରାଣ୍ଡାଙ୍କ ଘରେ ୨ ଘଂଟାର ସର୍ଚ୍ଚ ପରେ ମିରାଣ୍ଡାଙ୍କୁ ପଚରାଉଚରା ପାଇଁ ଉଠାଇ ନେଇଛି ଏନସିବି ଟିମ । ସେପଟେ ଡ୍ରଗ୍ସ ଆଂଗଲକୁ ନେଇ ରିୟାଙ୍କ ଘରେ ମୁମ୍ବାଇ ପୁଲିସ ସହ ଏନସିବି ଟିମ ସର୍ଚ୍ଚ କରୁଛନ୍ତି ।

ଡ୍ରଗ୍ସ ପେଡଲରଙ୍କ ସହ ଶୌଭିକ ଚକ୍ରବର୍ତିଙ୍କ ସିଧା ସଂପର୍କ ଥିବା ଜଣାପଡିବା ପରେ ଏହାର ପ୍ରମାଣ ଖୋଜିବାକୁ ଚଢାଉ କରିଛି ଏନସିବି । ରିୟା ଓ ତାଙ୍କ ଭାଇ ଶୌଭିକ ମଧ୍ୟରେ ଡ୍ରଗ୍ସକୁ ନେଇ ହୋଇଥିବା କଥାବାର୍ତା ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଏହା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଏନସିବି । ସେପଟେ ଜୈଦ ବିଲାତ୍ରା ଓ ଅବଦୁଲ ବସିତ ନାମକ ଦୁଇ ଡ୍ରଗ୍ସ ପେଡଲରଙ୍କୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗିରଫ କରିଛି ।

ଗିରଫ ଡ୍ରଗ୍ସ ମାଫିଆ ଜେରା ବେଳେ ଶୌଭିକ ଚକ୍ରବର୍ତି ଓ ସାମୁଏଲ ମିରାଣ୍ଡାଙ୍କ ନାମ ନେଇଥିଲେ । ଏହାର ପ୍ରମାଣ ପାଇବା ପାଇଁ ରିୟାଙ୍କ ବାସଭବନରେ ଚଢାଉ କରିଛି ଏନସିବି । ଜାତୀୟ ଗଣମାଧ୍ୟମରେ ଡ୍ରଗ୍ସକୁ ନେଇ ଶୌଭିକ ଓ ରିୟାଙ୍କ ମଧ୍ୟରେ ହୋଇଥିବା ଚାଟର ଖୁଲାସା କରାଯାଇଥିଲା । ଯେଉଁଥିରେ ରିୟା ନିଜ ଭାଇ ଶୌଭିକଙ୍କୁ ଡ୍ରଗ୍ସ ମାଗିଥିବା ଦେଖିବାକୁ ମିଳିଛି । ଏପଟେ ଜେରା ବେଳେ ରିୟା ଚକ୍ରବର୍ତି ଡ୍ରଗ୍ସ ନେବା ଘଟଣାକୁ ଅସ୍ୱିକାର କରୁଥିବା ବେଳେ ଭାଇଙ୍କୁ କରିଥିବା ଚାଟ ସାମ୍ନାକୁ ଆସିଛି । ଏହାଛଡା ଶୌଭିକ ବହୁ ଡ୍ରଗ୍ସ ପେଡଲରଙ୍କ ସହ ସଂପର୍କରେ ଥିବା ସୂଚନା ଏନସିବି ହାତରେ ଲାଗିବା ପରେ ରିୟା ଚକ୍ରବର୍ତିଙ୍କ ଘରେ ଅପରେସନ ଆରମ୍ଭ ହୋଇଛି ।