ଅଭିନେତା ସୁଶାନ୍ତ ଆତ୍ମହତ୍ୟା ମାମଲା : ଏନସିବି ହେପାଜତରେ ଗାର୍ଲଫ୍ରେଣ୍ଡ ରିୟାଙ୍କ ଭାଇ, ସୁଶାନ୍ତଙ୍କ ସହଯୋଗୀ ସାମୁଏଲ ମିରାଣ୍ଡା ଓ ରିୟାଙ୍କ ଘରେ ବି ରେଡ୍; ଦୁଇଘଂଟାର ରେଡ ପରେ ମିରାଣ୍ଡା ଅଟକ, ସୌଭିକଙ୍କ ସହ ହୋଇପାରେ ମୁହାଁମୁହିଁ ଜେରା

259

କନକ ବ୍ୟୁରୋ : ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତିଙ୍କ ଘରେ ରେଡ କରିିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଆଜି ସକାଳେ ଏନସିବିର ଏକ ୫ଜଣିଆ ଟିମ ରିୟା ଚକ୍ରବର୍ତିଙ୍କ ବାସଭବନରେ ପହଂଚି ଛାନଭିନ୍ କରିଛନ୍ତି । ରିୟାଙ୍କ ଗରେ ୪ ଘଂଟାର ସର୍ଚ ଅପରେସନ ପରେ ସୌଭିକ ଚକ୍ରବର୍ତୀଙ୍କୁ ପଚରାଉଚରା କରିବା ପାଇଁ ନେଇଯାଇଛି ଏନସିବି ଟିମ । ସୌଭିକଙ୍କ ଲାପଟପରୁ ଗୁୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ସାମୁଏଲ ମିରାଣ୍ଡାଙ୍କ ଘରେ ୨ ଘଂଟାର ସର୍ଚ୍ଚ ପରେ ମିରାଣ୍ଡାଙ୍କୁ ପଚରାଉଚରା ପାଇଁ ମଧ୍ୟ ଏନସିବି ଟିମ ଉଠାଇ ନେଇଛି ।

ଏବେ ସୌଭିକ ଚକ୍ରବର୍ତୀ ଓ ସାମୁଏଲ ମିରାଣ୍ଡାଙ୍କ ଏନସିବି ମୁହାଁମୁହିଁ ଜେରା କରିପାରେ । ଡ୍ରଗ୍ସ ପେଡଲରଙ୍କ ସହ ସୌଭିକ ଚକ୍ରବର୍ତିଙ୍କ ସିଧା ସଂପର୍କ ଥିବା ଜଣାପଡିବା ପରେ ଏହାର ପ୍ରମାଣ ଖୋଜିବାକୁ ଚଢାଉ କରିଛି ଏନସିବି । ପୂର୍ବରୁ ଜୈଦ ଓ ଅବଦୁଲ ବସିତ ନାମକ ଦୁଇ ଡ୍ରଗ୍ସ ପେଡଲରଙ୍କୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗିରଫ କରିଛି । ଗିରଫ ଡ୍ରଗ୍ସ ମାଫିଆ ଜେରା ବେଳେ ଶୌଭିକ ଚକ୍ରବର୍ତି ଓ ସାମୁଏଲ ମିରାଣ୍ଡାଙ୍କ ନାମ ନେଇଥିଲେ । ଏହାର ପ୍ରମାଣ ପାଇବା ପାଇଁ ରିୟାଙ୍କ ବାସଭବନରେ ଚଢାଉ କରିଛି ଏନସିବି । ଜାତୀୟ ଗଣମାଧ୍ୟମରେ ଡ୍ରଗ୍ସକୁ ନେଇ ଶୌଭିକ ଓ ରିୟାଙ୍କ ମଧ୍ୟରେ ହୋଇଥିବା ଚାଟର ଖୁଲାସା କରାଯାଇଥିଲା ।

ଯେଉଁଥିରେ ରିୟା ନିଜ ଭାଇ ଶୌଭିକଙ୍କୁ ଡ୍ରଗ୍ସ ମାଗିଥିବା ଦେଖିବାକୁ ମିଳିଛି । ଏପଟେ ଜେରା ବେଳେ ରିୟା ଚକ୍ରବର୍ତି ଡ୍ରଗ୍ସ ନେବା ଘଟଣାକୁ ଅସ୍ୱିକାର କରୁଥିବା ବେଳେ ଭାଇଙ୍କୁ କରିଥିବା ଚାଟ ସାମ୍ନାକୁ ଆସିଛି । ଏହାଛଡା ଶୌଭିକ ବହୁ ଡ୍ରଗ୍ସ ପେଡଲରଙ୍କ ସହ ସଂପର୍କରେ ଥିବା ସୂଚନା ଏନସିବି ହାତରେ ଲାଗିବା ପରେ ରିୟା ଚକ୍ରବର୍ତିଙ୍କ ଘରେ ଅପରେସନ ଆରମ୍ଭ ହୋଇଛି ।