କନକ ବ୍ୟୁରୋ: ହାସ୍ୟାଭିନେତା ସୁନୀଲ ଗ୍ରୋଭରଙ୍କୁ ହୃଦଘାତ । ମୁମ୍ବାଇ ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍ ହସ୍ପିଟାଲରୁ ଗୁରୁବାର ମଧ୍ୟାହ୍ନରେ ତାଙ୍କୁ ଡିସଚାର୍ଜ କରାଯିବା ସମୟରେ ଏହା ଜାଣିବାକୁ ମିଳିଛି । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ସୂଚନା ଦେଇଛନ୍ତି ତାଙ୍କର ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ସନ୍ତୋଷ ଡୋରା । ଛାତିରେ ଯନ୍ତ୍ରଣା ଅନୁଭୂତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଏନଜିଓଗ୍ରାଫି କରାଯିବାରୁ ତାଙ୍କ ହାର୍ଟରେ ତିନୋଟି ବ୍ଲକେଜ୍ ଥିବା ଜଣାପଡିଥିଲା । ଏହାପରେ ସମୟ ନଷ୍ଟ ନକରି ତାଙ୍କର ବାଇପାସ୍ ସର୍ଜରୀ କରାଯାଇଥିଲା । ଭାରତର ଖ୍ୟାତନାମା କାର୍ଡିଓଲୋଜିଷ୍ଟ ରମାକାନ୍ତ ପଣ୍ଡା ।
କେବଳ ହାର୍ଟ ଆଟାକ ନୁହେଁ ହସ୍ପିଟାଲରେ ଭର୍ତ୍ତି ହେବା ବେଳକୁ ସୁନୀଲ କରୋନା ସଂକ୍ରମିତ ମଧ୍ୟ ଥିଲେ । ତେଣୁ ତାଙ୍କୁ ଉଭୟ କରୋନା ଓ ହାର୍ଟ ଆଟାକ୍ ପାଇଁ ମେଡିସିନ୍ ଦିଆଯିବା ସହ ଚିକିତ୍ସା କରାଯାଉଥିଲା । ତେବେ ସୁନୀଲଙ୍କୁ ହୃଦଘାତ ହେବାରେ ତାଙ୍କର ଫ୍ୟାମିଲି ହିଷ୍ଟ୍ରି ବିଶେଷତଃ ଦାୟୀ । ପୂର୍ବରୁ ତାଙ୍କ ପରିବାରରେ ଅନେକଙ୍କୁ ହୃଦଘାତ ହୋଇଥିବା ଜଣାପଡିଛି । ତେବେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କ ସ୍ୱସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି ବୋଲି ଡାକ୍ତର କହିଛନ୍ତି ।