ଆୟକର ବିଭାଗ ସ୍କାନରରେ ଅଭିନେତା ସୋନୁ ସୁଦ୍: ୨୦ କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିଥିବା ନେଇ ଲାଗିଲା ଅଭିଯୋଗ

Advertisment
ଆୟକର ବିଭାଗ ସ୍କାନରରେ ଅଭିନେତା ସୋନୁ ସୁଦ୍: ୨୦ କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିଥିବା ନେଇ ଲାଗିଲା ଅଭିଯୋଗ

କନକ ବ୍ୟୁରୋ: ଆୟକର ବିଭାଗ ପଂଝାରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ । ତାଙ୍କ ବିରୋଧରେ ୨୦ କୋଟି ଟଙ୍କାର ଟିକସ ଫାଙ୍କିଥିବା ଲାଗିଛି ଅଭିଯୋଗ । ଲଗତାର ୩ ଦିନ ଧରି ସୋନୁଙ୍କ ଘରେ ରେଡ କରିବା ପରେ ଏହି ସୂଚନା ଦେଇଛି ଆୟକର ବିଭାଗ । ଖାଲି ସେତିକି ନୁହେଁ ବିଦେଶି ଅନୁଦାନ ଆଇନ ବି ଉଂଲଂଘନ କରିଥିବା ନେଇ ସୋନୁଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆଇଟି ଡିପାର୍ଟମେଂଟ ।

କରୋନା କାଳରେ ସାଧାରଣ ଲୋକଙ୍କ ପାଇଁ ମସିହା ସାଜିଥିବା ଅଭିନେତା ସୋନୁ ସୁଦ୍ଙ୍କ ସମସ୍ୟା ବଢିବାରେ ଲାଗିଛି । ତାଙ୍କ ବିରୋଧରେ ଆୟକର ବିଭାଗ ସାଂଘାତିକ ଅଭିଯୋଗ ଲଗାଇଛି । ସୋନୁ ସୁଦ୍ ୨୦ କୋଟି ଟଙ୍କାର ଟିକସ ଫାଙ୍କିଥିବା ଅଭିଯୋଗ ଲଗାଇଛି ଆୟକର ବିଭାଗ । ମୁମ୍ବାଇ, ଲକ୍ଷେ୍ନø, ଦିଲ୍ଲୀ, ଗୁରୁଗ୍ରାମ, କାନପୁର ଓ ଜୟପୁର ସମେତ ୨୮ଟି ସ୍ଥାନରେ ଆୟକର ଚଢାଉ ପରେ ଏପରି ତଥ୍ୟ ଦେଇଛି ଆୟକର ବିଭାଗ ।

ପ୍ରାଥମିକ ତଦନ୍ତ ପରେ ସୋନୁ ୨୦ କୋଟିରୁ ଅଧିକ ଟଙ୍କାର ଟିକସ ଦେଇନଥିବା ନେଇ କହିଛି ସେଟ୍ରାଂଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ । ଆୟକର ବିଭାଗ ପକ୍ଷରୁ ୩ ଦିନ ଧରି ସୋନୁ ସୁଦ୍ଙ୍କ ଘର, ଅଫିସ, ଶିଳ୍ପ ସଂସ୍ଥା ଆଦି ସ୍ଥାନରେ ଚଢାଉ କରାଯାଇଥିଲା । ମୁମ୍ବାଇ, କାନପୁର, ଲକ୍ଷେ୍ମ, ଦିଲ୍ଲୀ, ଗୁରୁଗ୍ରାମରେ ମୋଟ ୨୮ ସ୍ଥାନ ଚଢାଉ କରିବା ପରେ ଟ୍ୟାକ୍ସ ଫାଙ୍କିଥିବା ନେଇ ସୂଚନା ଦେଇଛି ବିଭାଗ । ବିଭାଗ କହିଛି, କୋଭିଡ ମହାମାରୀ ସମୟରେ ସୋନୁ ମୋଟା ଅଙ୍କର ଆୟ କରିଛନ୍ତି ।

- ଗତ ଏପ୍ରିଲ ମାସ ସୁଦ୍ଧା ସୋନୁଙ୍କ ଏନଜିଓ ‘ସୁଦ୍ ଚ୍ୟାରିଟି ଫାଉଡେସନ’ ମୋଟ ଉପରେ ୧୮ କୋଟି ଟଙ୍କାର ସହାୟତା ପାଇଛନ୍ତି
- ସେଥିରୁ ୧ କୋଟି ୯୦ ଲକ୍ଷ ଟଙ୍କା ରିଲିଫ କାର୍ଯ୍ୟ ପାଇଁ ଖର୍ଚ୍ଚ କରିଛନ୍ତି
- ବିଦେଶରୁ ୨ କୋଟି ୧୦ ଲକ୍ଷ ଟଙ୍କା ଆସିଛି ଯାହା ଏଫ୍ସିଆରଏ ରେଗୁଲେସନ ନିୟମ ଉଲଙ୍ଘନ କରିଛି
- ଏଥିସହିତ ଲକ୍ଷେ୍ମøରେ ଏକ ବିଲଡର ସଂସ୍ଥାରେ ସୋନୁ ଟଙ୍କା ଲଗାଇଥିବା ଜାଣିବାକୁ ପାଇଛି ଆୟକର ବିଭାଗ
- ବିଲଡର ସଂସ୍ଥାର ମୋଟ ସମ୍ପତି ୧୭୫ କୋଟିରୁ ଅଧିକ ହୋଇଥିବା ବେଳେ ସେଥିରେ ୬୫ କୋଟିର କଳା ଟଙ୍କା ରହିଥିବା ଆୟକର ବିଭାଗ ଜାଣିବାକୁ ପାଇଛି

କରୋନା ମହାମାରୀ ସମୟରେ ପ୍ରବାସୀଙ୍କୁ ସାହାଯ୍ୟ, ସହଯୋଗର ହାତ ବଢାଇ ଚର୍ଚ୍ଚାରେ ଥିଲେ ବଲିଉଡ଼ ଅଭିନେତା ସୋନୁ ସୁଦ୍ । ହେଲେ ଏବେ ଆୟକର ବିଭାଗ ପଂଝାରେ ଫସିଛନ୍ତି ସେ । ତେବେ ଏହି ମାମଲାରେ ଆୟକର ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନରେ ଘଟଣା ଉପରେ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ଆୟକର ବିଭାଗ ତରଫରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe