କନକ ବ୍ୟୁରୋ : ବଲିଉଡ ଅଭିନେତା ସୋନୁ ସୁଦଙ୍କୁ କରୋନା । ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିବା ପରେ ସେ ଏବେ ସଙ୍ଗରୋଧରେ ଅଛନ୍ତି । ଟୁଇଟ କରି ଏହି ସୂଚନା ଦେଇଛନ୍ତି ଖୋଦ ସୋନୁ ସୁଦ । ଟୁଇଟରେ ସେ ଲେଖିଛନ୍ତି ସୋ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଉ ନିଜକୁ ସଙ୍ଗରୋଧରେ ରହିଛନ୍ତି । ହେଲେ ଚିନ୍ତା କରିବାର କାରଣ ନାହିଁ, ଏବେ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ଅଧିକ ସମୟ ମିଳିବ ବୋଲି ସୋନୁ ଟୁଇଟ କରିଛନ୍ତି ।
ଗତ ବର୍ଷ ଲକଡାଉନ ସମୟରେ ପ୍ରବାସୀଙ୍କୁ ନିଜ ନିଜ ରାଜ୍ୟ ତଥା ଘରକୁ ପହଂଚାଇବାକୁ ବ୍ୟବସ୍ଥା କରି ରାତାରାତି ଲୋକପ୍ରିୟତା ପାଇଥିଲେ ଏହି ବଲିଉଡ ଷ୍ଟାର । ଗରିବ ଲୋକଙ୍କୁ ସହାୟତା କରିଥିବା ସୋନୁକୁ ଲୋକେ ରିୟର ହିରୋ କହିଥିଲେ । ବଲିଉଡ ଫିଲ୍ମରେ ଖଳନାୟକ ଚରିତ୍ରରେ ଅଭିନୟ କରି ସୋନୁ ସୁଦ ଯେତିକି ଲୋକପ୍ରିୟ ପାଇଥିଲେ ତାଠୁ ଢେର ଅଧିକ ଲୋକପ୍ରିୟତା ଓ ପ୍ରଶଂସା ସେ ପାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/35-11.jpg)