ଜେଲରେ ପୁଅକୁ ଭେଟିଲେ ସାହାରୁଖ ଖାନ୍ । ୧୮ ଦିନ ହେବ ଜେଲରେ ଦିନ କାଟିଲେଣି ଆରୟନ

130

କନକ ବ୍ୟୁରୋ : ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ଅଭିନେତା ଶାହାରୁଖ ଖାନ୍ । ପୁଅ ଆରୟନକୁ ଭେଟିବା ପାଇଁ ଜେଲରେ ପହଞ୍ଚିଲେ ଶାହାରୁଖ ଖାନ । ଗତ ୧୮ ଦିନ ହେବ ଜେଲରେ ଅଛନ୍ତି ଆରୟନ । ତାଙ୍କର ଜାମିନ ଆବେଦନ କରାଯାଇଥିଲେ ବି ଆବେଦନ ୪ଥର ଖାରଜ ହୋଇସାରିଲାଣି ।
ଡ୍ରଗ୍ମ ମାମଲାରେ ଗିରଫ ହୋଇ ୧୮ଦିନ ହେବ ଜେଲରେ ଦିନ କାଟୁଛନ୍ତି କିଙ୍ଗ ଖାନଙ୍କ ପୁଅ ଆରୟ ଖାନ । ଜେଲରେ ପୁଅ କିପରି ଅଛି, କେମିତି ଦିନ କଟୁଛି ତାହା ଦେଖିବା ପାଇଁ ଆଜି ସକାଳୁ ସକାଳୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ପହଞ୍ଚିଛନ୍ତି ବଲିଉଡର କିଙ୍ଗ ବୋଲାଉଥିବା ସାହାରୁଖ ଖାନ୍ । ତେବେ ଗତକାଲି ଆରୟନଙ୍କ ଜାମିନ ଆବେଦନକୁ ଏନଡିପିଏସ କୋର୍ଟ ପୁଣି ଥରେ ଖାରଜ କରି ଦେଇଛନ୍ତି । ଆରୟନଙ୍କ ସମେତ ତାଙ୍କର ଦୁଇ ସାଙ୍ଗ ଅରବାଜ ମର୍ଚେଂଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ମଧ୍ୟ ଖାରଜ ହୋଇଛି । ଏବେ ଆରୟନ ଜାମିନ ପାଇଁ ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡିଛି ।