ଅଡୁଆରେ ଅଭିନେତା ସଂଜୟ ଦତ୍ତ, ରାପର ବାଦଶାହା: ବେଟିଂ ଆପରେ ଆଇପିଏଲ ପ୍ରମୋସନ ଅଭିଯୋଗ ନେଇ ମୁମ୍ବାଇ ସାଇବର ଥାନାରେ ମାମଲା ରୁଜୁ

205

କନକ ବ୍ୟୁରୋ: ଅଡୁଆରେ ବଲିଉଡ ଅଭିନେତା ସଂଜୟ ଦତ ଓ ରାପର ବାଦଶାହା । ଅଭିଯୋଗ ଘେରରେ ଥିବା ଫେୟାରପ୍ଲେ ଅନଲାଇନ ବେଟିଂ ଆପରେ ଆଇପିଏଲର ପ୍ରଚାର କରିବା ଅଭିଯୋଗରେ ମୁମ୍ବାଇ ସାଇବର ଥାନାରେ ଏଫଆଇଆର ରୁଜୁ କରାଯାଇଥିବା ସୂଚନା ମିଳିଛି । ସୋମବାର ମୁମ୍ବାଇ ଥାନାରେ ପହଁଚି ଜେରାର ସମ୍ମୁଖୀନ ହୋଇଛନ୍ତି ବାଦଶାହା । ସବୁଠୁ ବଡ କଥା ହେଉଛି ଅଭିଯୋଗ ଘେରରେ ଥିବା ମହାଦେବ ଅନଲାଇନ ବେଟିଂ ଆପ ଓ ଫେୟାରପ୍ଲେ ଆପର କନେକ୍ସନ ରହିଛି । ନିକଟରେ ପ୍ରବର୍ତନ ନିର୍ଦ୍ଦେଶାଳୟ ମନିଲଡ୍ରିଂ ମାମଲା ସହ ମହାଦେବ ଆପକୁ ତଦନ୍ତ ପରିସର ଭୁକ୍ତ କରିବା ସହ ମାମଲାରେ କିଛି ବଲିଉଡ କଳାକାରଙ୍କୁ ଜେରା ପାଇଁ ସମନ ପଠାଇଛି ।