କନକ ବ୍ୟୁରୋ: ସଲମାନ ଖାନଙ୍କୁ ନିଶ୍ଚୟ ହତ୍ୟା କରିବି । ମୌକା ମିିଳିଲେ ପ୍ରତିଶୋଧ ନେବି । ସଲମାନ କ୍ଷମା ମାଗନ୍ତୁ ନଚେତ ପରିଣାମ ଭୋଗିବେ । ବର୍ତମାନ ଏମିତି କିଛି ଧମକକୁ ନେଇ ସାରା ଦେଶରେ ଚର୍ଚ୍ଚା । କାନାଡ଼ାରେ ବସି ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଖୁଲମଖୁଲ୍ଲା ହତ୍ୟା ଧମକ ଦେଇଛି ଗ୍ୟାଙ୍ଗଷ୍ଟର ଗୋଲଡ଼ି ବ୍ରାର । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗ୍ୟାଙ୍ଗଷ୍ଟର ଗୋଲଡ଼ି କହିଛି –ସଲମାନ ଖାନ ବିଷ୍ଣୋୟୀ ସମାଜର ଅପମାନ କରିଛନ୍ତି । କୃଷ୍ଣସାର ମୃଗ ହତ୍ୟା ବିଷ୍ଣୋୟୀ ସମାଜ ପାଇଁ ବଡ ଅପମାନ ଅଟେ । ଅନେକବାର ତାଙ୍କ ଭୁଲ ମାଗିବାକୁ କୁହାଯାଇଛି କିନ୍ତୁ ସଲମାନ ଭୁଲ ମାଗୁନାହାଁନ୍ତି । ତେଣୁ ମୌକା ମିଳିଲେ ତାଙ୍କୁ ହତ୍ୟା କରିବି । ପ୍ରଥମ ଥର ପାଇଁ କୌଣସି ଗଣମାଧ୍ୟମ ଜରିଆରେ ଗ୍ୟାଙ୍ଗଷ୍ଟାର ହତ୍ୟା ଧମକ ଦେଇଛି । ପୂର୍ବରୁ ଇମେଲ, ଫୋନରେ ଧମକ ମିଳୁଥିବାବେଳେ ଏବେ ଏଭଳି ଖୁଲମଖୁଲ୍ଲା ଧମକ ସଲମାନଙ୍କ ସଙ୍କଟ ବଢେଇପାରେ

Advertisment

-ଗୋଲଡି ବ୍ରାର୍ ଜଣେ ଅର୍ନ୍ତଜାତୀୟ ଅପରାଧୀ ଅଟେ
-କାନାଡାରେ ରହି ଅପରାଧିକ କାର୍ଯ୍ୟକଳାପ କରିଥାଏ
-ଭାରତର ସବୁ ଏଜେନ୍ସି ଗୋଲଡିକୁ ଧରିବାକୁ ଉଦ୍ୟମ ଚଳାଇଛନ୍ତି
-ଇଂଟରପୋଲ ବି ଗୋଲଡି ବ୍ରାର୍ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିଛି
-କାନାଡା ପୁଲିସର ମୋଷ୍ଟ ୱାଂଟେଡ ଲିଷ୍ଟରେ ରହିଛି ଗୋଲଡି
-ଗୋଲଡି ମୁଣ୍ଡରେ ଦେଢକୋଟି ଟଙ୍କା ପୁରସ୍କାର ରାଶି ରହିଛ
-ସିଦ୍ଧୁ ମୁସେଲୱାଲ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅଟେ

୧୯୯୮ ମସିହାରୁ ସଲମାନ ଖାନକୁ ଲଗାତାର ଧମକ ଦେଇଆସୁଛନ୍ତି ଗ୍ୟାଙ୍ଗଷ୍ଟର । ଗୋଲଡି ବ୍ରାର୍ ଓ ତାର ସହଯୋଗୀ ଲରେନ୍ସ ବିଷ୍ଣୋୟୀ ବି ସଲମାନଙ୍କୁ ଅନେକ ଥର ଧମକ ଦେଇଆସୁଛନ୍ତି । ଏହା ପ୍ରଥମ ଘଟଣା ନୁହେଁ । ଏହାକୁ ମିଶାଇ ମୋଟ ୭ଥର ଉଭୟ ଗୋଲଡି ଓ ଲରେନ୍ସ ସଲମାନ ଖାନଙ୍କୁ ଧମକ ପରେ ଧମକ ଦେଇ ଆସୁଛନ୍ତି । ଏପରିକି ୨୦୨୧ରେ ସଲମାନଙ୍କୁ ମାରିବା ପାଇଁ ରାଜସ୍ଥାନର ଜଣେ ଗ୍ୟାଙ୍ଗଷ୍ଟରଙ୍କ ସହାୟତାରେ ଲରେନ୍ସ ବିଷ୍ଣୋଇ ଉଦ୍ୟମ କରିଥିଲା । ଜେଲ ଭିତରେ ରହି ମଧ୍ୟ ଲରେନ୍ସ ବାରମ୍ବାର ଧମକ ଦେଇ ଆସୁଛି ।

କିଛି ଦିନ ପୂର୍ବରୁ ସଲମାନ ନିଜ ସୁରକ୍ଷା ପାଇଁ ବିଦେଶରୁ ଅତ୍ୟାଧୁନିକ ବୁଲେଟପ୍ରୁଫ କାର ମଗାଇଥିଲେ । ସେପଟେ ତାଙ୍କର ସବୁଗସ୍ତଠୁ ନେଇ ମୁମ୍ବାଇ ରହଣୀ ମଧ୍ୟ କଡ଼ା ସୁରକ୍ଷା ଭିତରେ ରଖାଯାଇଛି ।