କନକ ବ୍ୟୁରୋ : ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ବନ୍ଧୁକ ରଖିବାକୁ ମିଳିଲା ଅନୁମତି । ନିଜ ସୁରକ୍ଷା ପାଇଁ ଆର୍ମ ଲାଇସେନ୍ସ ଆବେଦନ କରିଥିଲେ ଭାଇଜାନ୍ । ବନ୍ଧୁକ ରଖିବାକୁ ଅନୁମତି ଦେଇଛି ମୁମ୍ବାଇ ପୋଲିସ । କିଛି ଦିନ ତଳେ ସଲମାନଙ୍କ ବାପା ସଲିମ୍ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ମିଳିଥିଲା ।
ପରେ ସୁରକ୍ଷା ପାଇଁ ଆବେଦନ କରିଥିଲେ ସଲମାନ । ଗତମାସରେ ମୁମ୍ବାଇ ପୋଲିସ କମିଶନର ବିବେକ ଫନସଲକରଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ । ପରେ ଲାଇସେନ୍ସ ଦେବା ଲାଗି ପୋଲିସ ପକ୍ଷରୁ ଆବଶ୍ୟକୀୟ ଯାଂଚ କରାଯାଇଥିଲା । ଶେଷରେ ତାଙ୍କୁ ଲାଇସେନ୍ସ ପାଇଁ ଅନୁମତି ମିଳିଛି । ପୂର୍ବରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ସଲମାନଙ୍କୁ ହତ୍ୟା ଧମକ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/08/33.jpg)