ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା ସୈଫ ଅଲ୍ଲୀ ଖାନ । କାନ୍ଧ ଓ ଆଣ୍ଠୁର କରାଗଲା ଅସ୍ତ୍ରୋପଚାର, ସୁଟିଂ ସମୟରେ ଆହତ ହୋଇଥିଲେ ଅଭିନେତା

ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା ସୈଫ ଅଲ୍ଲୀ ଖାନ । କାନ୍ଧ ଓ ଆଣ୍ଠୁର କରାଗଲା ଅସ୍ତ୍ରୋପଚାର, ସୁଟିଂ ସମୟରେ ଆହତ ହୋଇଥିଲେ ଅଭିନେତା

କନକ ବ୍ୟୁରୋ : ଡାକ୍ତରଖାନରେ ଚାଲିଛି ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଚିକିତ୍ସା । ସୂଚନା ଅନୁସାରେ ସୋମବାର ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ସୈଫଙ୍କ ଅସ୍ତ୍ରୋପଚାର କରାଯାଇଛି । ଅଭିନେତାଙ୍କ କାନ୍ଧ ଓ ଆଣ୍ଠୁ ଆଘାତପ୍ରାପ୍ତ ହେବା ପରେ ଅସ୍ତ୍ରୋପଚାର କରାଯାଇଛି । ୨୦୧୬ ମସିହାରେ ମଧ୍ୟ ସୈଫ ଆଘାତପ୍ରାପ୍ତ ହେବା ପରେ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ ବର୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe