କନକ ବ୍ୟୁରୋ: ବାହାହେବେ ସବ୍ୟ- ଅର୍ଚ୍ଚିତା । ଆସନ୍ତାକାଲି ବାହା ହେବେ ଓଲିଉଡର ସୁପରହିଟ୍ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା । ଦୁହେଁ ଦୁହିଁଙ୍କୁ ବିବାହ କରିବା ନେଇ ସୂଚନା ଦେଲେ । ବିବାହ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଲେ ଉଭୟ ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା । ନୂଆ ସମ୍ପର୍କ ଆରମ୍ଭ କରୁଥିବାରୁ ପ୍ରଭୁ ଜଗନ୍ନାଥଙ୍କ ସହ ଓଡିଶାବାସୀଙ୍କ ଆଶିର୍ବାଦ ମାଗିଲେ ।
ତେବେ ସବୁ ଖରାପ ଓ ଭଲ ସମୟରେ ସମସ୍ତଙ୍କ ସହଯୋଗ ରହିଛି । ଆଉ ଏବେ ସେହି ସହଯୋଗ ରହିବ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଲେଖିଛନ୍ତି ଦୁହେଁ । ତେବେ ଦୁହିଁଙ୍କ ଯୋଡି ସୁପରହିଟ ଥିବାରୁ ତାଙ୍କୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୁଏ । ଦୁହିଁଙ୍କ ବିବାହ ନେଇ ବି ଚର୍ଚ୍ଚା ଆଲୋଚନା ହୁଏ । ଆଉ ଆଜି ଶେଷରେ ଦୁହେଁ ବିବାହ କରୁଥିବା ନେଇ ସୂଚନା ଦେଇଛନ୍ତି । ତେବେ ତୋର ମୋର ଯୋଡି ସୁନ୍ଦର, ପାଗଳ କରିଛି ପାଉଁଜି ତୋର ଭଳି ଅନେକ ସୁପରହିଟ ଫିଲ୍ମରେ ଦୁହେଁ ନଜର ଆସିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/SABYA.jpg)