କନକ ବ୍ୟୁରୋ: ଥାନାରେ ହାଜର ହେଲେ ଅଭିନେତା ରଣବୀର ସିଂ । ନ୍ୟୁଡ୍ ଫଟୋ ସୁଟ୍ ମାମଲାରେ ଛନ୍ଦି ହୋଇପଡିଥିବା ବଲିଉଡ୍ ଅଭିନେତା ରଣବୀର ସିଂ ଆଜି ମୁମ୍ବାଇ ପୋଲିସ ନିକଟରେ ନିଜ ବୟାନ୍ ରେକର୍ଡ କରିଛନ୍ତି । ସୋମବାର ସକାଳ ୭ଟାରେ ଚେମ୍ବୁର ପୋଲିସ ଷ୍ଟେସନ ପହଞ୍ଚି ବୟାନ୍ ରଖିଛନ୍ତି ରଣବୀର । ଯଦି ଆବଶ୍ୟକ ପଡେ ତେବେ ତଦନ୍ତକାରୀ ଅଧିକାରୀ ତାଙ୍କୁ ପୁଣି ଡକାଇବେ ବୋଲି ପୋଲିସ କହିଛି । ଗତ ମାସରେ ନ୍ୟୁଡ ଫଟୋ ସୁଟ୍ କରି ବିବାଦରେ ଛନ୍ଦି ହୋଇପଡିଥିଲେ ଅଭିନେତା ରଣବୀର ସିଂ ।ଚେମ୍ବୁର ପୋଲିସ ଷ୍ଟେସନରେ ଜଣେ ଏନଜିଓ ଅଧିକାରୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଅଶୀଳତା ଏବଂ ମହିଳାଙ୍କ ପ୍ରତି ଅପମାନ କରିବା ଅଭିଯୋଗରେ ରଣବୀରଙ୍କ ନାଁ ମାମଲା ରୁଜୁ ହୋଇଥିଲା, ଏନେଇ ଆଜି ନିଜ ପକ୍ଷ ରଖିଛନ୍ତି ରଣବୀର ।