ଜେଲ୍ ଯିବେ ରଣବୀର ! ୭ଦିନ ପାଇଁ ରହିବେ ଭୋପାଳ କାରାଗାରରେ

36

ranbir-1-58bd1d17b79a4_l୭ ଦିନ ପାଇଁ ଜେଲ୍ ଯିବେ ବଲିଉଡର ଚକଲେଟ୍ ବୟ ରଣବୀର କପୁର୍ । କିନ୍ତୁ କୌଣସି ଅପରାଧ ପାଇଁ ନୁହେଁ ବରଂ ନିଜର ଆଗାମୀ ସିନେମା ପାଇଁ । ସଂଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ଏହି ସିନେମାରେ ରଣବୀର ସଂଜୟଙ୍କ ଭୂମିକାରେ ନଜର ଆସିବେ । ତେଣୁ କପୁର ପରିବାରର ଏହି ଲାଡଲା ରିଲରେ ରିୟଲ ମୁନ୍ନା ଭାଇ ହେବା ପାଇଁ ଜେଲର ପବନ ଖାଇବାକୁ ମଧ୍ୟ ରାଜି ହୋଇଛନ୍ତି ।

ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ସିନେମାର ସୁଟିଂ ଜୋରସୋରରେ ଆଗେଇ ଚାଲିଛି । ସଂଜୟ ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଅପରାଧରେ ଜେଲରେ ରହିଥିଲେ । ଏହି ସିନକୁ ସୁଟିଂ କରିବା ପାଇଁ ଭୋପାଳର ପୁରୁଣା ଜେଲକୁ ଆର୍ଥର ଜେଲରେ ରୂପାନ୍ତରିତ କରାଯାଇଛି । ଖବର ଅନୁସାରେ, ଏନେଇ ରଣବୀର ୭ ଦିନ ପାଇଁ ଭୋପାଳ ଜେଲରେ ରହିବେ । ତେବେ ରଣବୀର ସେଠାରେ ପହଂଚିବା ପରେ ଅନ୍ୟ କଏଦୀ ତାଙ୍କୁ ନିଜ ସହ ଦେଖିବା ପାଇଁ ଖୁବ୍ ଉତ୍ସାହିତ ହୋଇପଡିଛନ୍ତି ।

ଏହା ସହ ଦେଖନ୍ତୁ ରେଖାଙ୍କ ମଥାରେ ସଂଜୟଙ୍କ ନାଁର ସିନ୍ଦୁର ! ଗୁପ୍ତ ବିବାହକୁ ନେଇ ବଲିଉଡ ହଲଚଲ୍