ଆସିଲା ରାଇମୋହନ ପରିଡ଼ାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

4,778

କନକ ବ୍ୟୁରୋ : ଆସିଲା ଅଭିନେତା ରାଇମୋହନ ପରିଡ଼ାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଏହି ରିପୋର୍ଟରେ ରଶିରେ ଝୁଲିପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ ହୋଇଛି । ଶ୍ୱାସରୁଦ୍ଧ ହୋଇ ତାଙ୍କର ପ୍ରାଣ ଛାଡ଼ିଯାଇଥିବା ଜଣାପଡ଼ିଛି । ଭିସେରା ଟେଷ୍ଟ ପାଇଁ ଏସଏଫଏସଏଲକୁ ନମୂନା ପଠାଯାଇଛି । କମିଶନରେଟ୍ ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର କରାଯାଇଛି । ଗତ ୨୪ ତାରିଖରେ ଓଲିଉଡର ଜଣାଶୁଣା ଖଳନାୟକ ରାଇମୋହନ ପରିଡା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।

ଭୁବନେଶ୍ୱର ସ୍ଥିତ ପ୍ରାଚୀ ବିହାରରେ ଥିବା ନିଜ ବାସଭବନରୁ ମିଳିଥିଲା ରାଇମୋହନଙ୍କ ଝୁଲନ୍ତା ମୃତଦେହ । ରାଇମୋହନ କେଉଁ କାରଣରୁ ଆତ୍ମହତ୍ୟା କଲେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ନିଜର ନିଖୁଣ ଖଳନାୟକ ଅଭିନୟ ପାଇଁ ରାଇମୋହନ ପ୍ରତିଟି ଓଡ଼ିଆଙ୍କ ଘରେ ଘରେ ପରିଚିତ । ସେ ୧୦୦ରୁ ଅଧିକ ଓଡ଼ିଆ ସିନେମାରେ ଅଭିନୟ ଓ ଯାତ୍ରା ଜଗତରେ ମଧ୍ୟ ଅନ୍ୟତମ ଲୋକପ୍ରିୟ କଳାକାର । ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ଏବେ ବି ରହସ୍ୟ ଘେରରେ ରହିଛି ।