କରୋନା ଆକ୍ରାନ୍ତ ହେବା ପରେ ଏଭଳି ମଜାଳିଆ ଫଟୋ ଟୁଇଟ କଲେ ଆର ମାଧବନ୍ । କହିଲେ ରଞ୍ଛୋ ଭାଇରସ୍ ମୋତେ କାବୁ କଲା

Advertisment
କରୋନା ଆକ୍ରାନ୍ତ ହେବା ପରେ ଏଭଳି ମଜାଳିଆ ଫଟୋ ଟୁଇଟ କଲେ ଆର ମାଧବନ୍ । କହିଲେ ରଞ୍ଛୋ ଭାଇରସ୍ ମୋତେ କାବୁ କଲା

କନକ ବ୍ୟୁରୋ : ଗତକାଲି ବଲିଉଡ ଅଭିନେତା ଆମୀର ଖାନ କରୋନା ଆକ୍ରାନ୍ତ ହୋଇଥିବା ନେଇ ଖବର ମିଳିଥିଲା। ସେ କୋଭିଡ୍‌-୧୯ ଆକ୍ରାନ୍ତ ହେବା ପରେ ନିଜକୁ ଘ‌ରେ ପୃଥକ କରି ରଖିଛନ୍ତି। ଆମୀର କରୋନା ଭାଇରସ୍‌ର ଗାଇଡ୍‌ଲାଇନ୍‌ ମାନିବା ସହ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସେମାନଙ୍କର କରୋନା ପରୀକ୍ଷା କରାଇ ନେବାକୁ ଅନୁରୋଧ କରିଥିବା ତାଙ୍କ ମୁଖପାତ୍ର କହିଥିଲେ। ତେବେ ଆମୀରଙ୍କ ପରେ ଆଜି ଅଭିନେତା ଆର ମାଧବନ୍ କରୋନା ଆକ୍ରାନ୍ତ ହୋଇଛନ୍ତି। ଏବିଷୟରେ ଜଣାଇବାକୁ ଯାଇ ଆର ମାଧବନ୍ ତାଙ୍କ ଫିଲ୍ମ ୩ ଇଡିଅଟର ଫଟୋ ଟୁଇଟ କରିଛନ୍ତି।

କ୍ୟାପସନରେ ଆର ମାଧବନ୍ ଲେଖିଛନ୍ତି ଯେ, ରଞ୍ଛୋକୁ ଅନୁସରଣ କରିବାକୁ ଫରହାନ ବାଧ୍ୟ। ଭୂତାଣୁ ସବୁବେଳେ ଆମ ପଛରେ ଥାଏ। କିନ୍ତୁ ଏଥର ସେ ଆମକୁ ଧରିନେଇଛି। କିନ୍ତୁ ସବୁ କିଛି ଠିକ୍ ଅଛି। କରୋନା ଖୁବ ଶୀଘ୍ର କୂଅରେ ପଡ଼ିବ। ଯଦିଓ ଏହା ଗୋଟିଏ ସ୍ଥାନ ଯେଉଁଠି ଆମେ ରାଜୁକୁ ଚାହୁଁନାହୁଁ। ସମସ୍ତଙ୍କ ଭଲପାଇବା ପାଇଁ ଧନ୍ୟବାଦ। ମୁଁ ସୁସ୍ଥ ଅଛି।

୩ ଇଡିଅଟର ପୋଷ୍ଟରରେ ଆମୀର ଖାନ୍(ରଞ୍ଛୋ), ଆର ମାଧବନ(ଫରହାନ) ଏବଂ ଶର୍ମନ ଯୋଶୀ(ରାଜୁ)ଙ୍କ ଫଟୋ ଥିବା ବେଳେ ଆର ମାଧବନ୍ ଟୁଇଟ କରିଥିବା ଫଟୋରେ ଆମୀର ଖାନ୍ ଏବଂ ଆର ମାଧବନଙ୍କ ଫଟୋ ରହିଛି। ୩ଜଣଙ୍କ ମଧ୍ୟରୁ ଦୁଇଜଣ କରୋନା ଆକ୍ରାନ୍ତ ହୋଇସାରିଥିବା ବେଳେ ଶର୍ମନ ଯୋଶୀ କରୋନା ଆକ୍ରାନ୍ତ ନହୁଅନ୍ତୁ ବୋଲି କହିଛନ୍ତି ଆର ମାଧବନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe