ବୟାନ ପାଇଁ ପୁଣି ବିବାଦରେ ଅଭିନେତା ପ୍ରକାଶ ରାଜ: ବିଜେପିର ଅବ କି ବାର ୪୦୦ ପାର ସ୍ଲୋଗାନକୁ କଟାକ୍ଷ କରି ଦେଲେ ଆପତିଜନକ ଟିପ୍ପଣୀ

617

କନକ ବ୍ୟୁରୋ: ପୁଣି ଥରେ ବିବାଦରେ ଅଭିନେତା ପ୍ରକାଶ ରାଜ । ବିଜେପି ଅବକି ବାର ୪ଶହ ପାର ସ୍ଲୋଗାନକୁ କଟାକ୍ଷ କରିବା ସହ ପ୍ରକାଶ ରାଜ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ଏକ କାର୍ଯ୍ୟକ୍ରମରେ ପ୍ରକାଶ ରାଜ କହିଛନ୍ତି ଯେଉଁମାନେ ଚାରଶୋ ବିସ ସେମାନେ ୪ଶହ ଆସନ ଜିତିବା କଥା ବଡ ଦମ୍ଭୋକ୍ତିର ସହ କହୁଛନ୍ତି । ଏହା ବେଶ ହାସ୍ୟସ୍ପଦ । ଏଥିସହ ଅଭିନେତା କହିଥିଲେ ସେ ଯେକୌଣସି ଦଳ ହେଉ ୪ଶହ ଆସନ ଦଖଲ କରିବା ପାଇଁ ଯେଉଁ ଦୃଢୋକ୍ତି ପ୍ରକାଶ କରୁଛନ୍ତି ତାହା ଅସମ୍ଭବ । ଏହା ରାଜନୈତିକ ଦଳମାନଙ୍କର ଅଂହକାରକୁ ଦର୍ଶାଉଛି ।