କନକ ବ୍ୟୁରୋ: ଅଯୋଧ୍ୟା ଐହାର ଗାଁରେ ଚାଲିଥିଲା ରାମଲୀଳା । ଷ୍ଟେଜ ଉପରେ ଥିଲା ରାବଣଙ୍କ ଚରିତ୍ର । ମା’ ସୀତାଙ୍କୁ ହରଣ କରିବାକୁ ଚାଲିଥିଲା ମନ୍ତ୍ରଣା । ହେଲେ ଏହା ପୂର୍ବରୁ ଚାଲିଗଲା ଜୀବନ ।

Advertisment

ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରୁଥିଲେ ପତିରାମ ନାମକ ବ୍ୟକ୍ତି । ଗତ ୧୦  ବର୍ଷ ଧରି ସେ ଏହି ଚରିତ୍ରରେ ଅଭିନୟ କରିଆସୁଥିଲେ । ହେଲେ ଏଥର ଅଭିନୟ କରୁଥିବାବେଳେ ଷ୍ଟେଜ୍ ଉପରେ ତାଙ୍କୁ ହୃଦଘାତ ହେବାରୁ  ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଫଳରେ ରାମଲୀଳା ମଞ୍ଚ ସମେତ ସେଠାରେ ଥିବା ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।

 ରବିବାର ରାତିରେ ମଞ୍ଚସ୍ଥ ରାମଲୀଳାରେ ରାବଣ ମାରିଚଙ୍କୁ ମାୟା ମୃଗ କରି ପଠାଇ ଶ୍ରୀରାମଲକ୍ଷ୍ମଣଙ୍କୁ  ଆଶ୍ରମ ବାହାରକୁ ପଠାଇଦେବା ପରେ ମା’ ସୀତାଙ୍କୁ ହରଣ କରିନେବାକୁ ଯୋଜନା କରୁଥିଲେ, ଏହି ସମୟରେ ରାବଣ ଚରିତ୍ରରେ ଅଭିନୟ କରୁଥିବା ପତିରାମ ହଠାତ୍ ଷ୍ଟେଜ୍ ଉପରେ ଟଳିପଡିଥିଲେ । ଗମ୍ଭୀର ସ୍ଥିତିରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କୁୁ ମୃତ ଘୋଷଣା କରାଯାଇଥିଲା ।