ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର। ଟୁଇଟ୍ କରି ସୂଚନା ଦେଲେ ଶ୍ରୀତମ ଦାସ। 

1,947

କନକ ବ୍ୟୁରୋ: ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ସେ ଏବେ ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଅଭିନେତା ଶ୍ରୀତମ ଦାସ ଏକ ଟ୍ୱିଟ କରିଛନ୍ତି  । ଏଥିରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ମିଳୁଛି । ଶ୍ରୀତମ ଦାସ ପିଣ୍ଟୁଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ନିଜ ଟ୍ୱିଟରରେ ଲେଖିଛନ୍ତି, ପିଂଟୁଙ୍କ ସ୍ଥାସ୍ଥ୍ୟ ଠିକ ନାହିଁ । ସମସ୍ତେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ । ପିଣ୍ଟୁ ନନ୍ଦ ଗୁରୁତର ଯକୃତ ବା ଲିଭର ସିରୋସିସ୍ ରୋଗରେ ପୀଡିତ ଅଛନ୍ତି ।

ପ୍ରଥମେ ତାଙ୍କର ଚିକିତ୍ସା ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ହୋଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ସିଫଟ୍ କରାଯାଇଥିଲା । ଦିଲ୍ଲୀରୁ ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ ନିଆଯାଇଛି । ଡାକ୍ତର ପିଣ୍ଟୁଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ୫୦ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ଥିବାରୁ ସହାୟତା ଲୋଡିଥିଲେ ପିଣ୍ଟୁ  । ଆଉ ତା ପରେ, ପିଣ୍ଟୁଙ୍କ ସହାୟତା କରିବାକୁ ଆଗେଇ ଆସଥିଲେ ଓଲିଉଡ୍ ସମେତ ତାଙ୍କୁ ଭଲ ପାଉଥିବା ଅନେକ ବ୍ୟକ୍ତି ।