କନକ ବ୍ୟୁରୋ : ବଢିଲା ଅଭିନେତା ପିଂଟୁ ନନ୍ଦଙ୍କ ଅଡୁଆ । ଫିଟୁଙ୍କ ନାଁରେ ଭୁବନେଶ୍ୱରରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି । ଜଣେ ମହିଳା ତାଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ, ଫିଲ୍ମରେ ଅଭିନୟ କରିବା ପାଇଁ ସଂପୃକ୍ତ ମହିଳାଙ୍କୁ ଡାକିଥିଲେ ପିଂଟୁ ନନ୍ଦ । ଆଉ ସାକ୍ଷାତ ସମୟରେ ମହିଳାଙ୍କୁ କମ୍ପରମାଇଜ କରିବାକୁ ପିଟୁ ନନ୍ଦ କହିଥିଲେ । ଏପରିକି ତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ଆଣିଛନ୍ତି ମହିଳା ।
ପିଟୁ ନନ୍ଦଙ୍କ ସହ ଅନ୍ୟ ୪ ଜଣଙ୍କ ନାଁରେ ବି ମାମଲା ରୁଜୁ ହୋଇଛି । ପରେ ପିଟୁ ନନ୍ଦଙ୍କୁ ପଚରାଉଚରା କରିଛି ନୟାପଲ୍ଲୀ ଥାନା ପୁଲିସ । ତେବେ ଅଭିଯୋଗ ନେଇ ପିଂଟୁ ନନ୍ଦଙ୍କୁ ଯୋଗାଯାଗ କରାଯାଇଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/8-27.jpg)