ଭୁବନେଶ୍ୱରରେ ପହଞ୍ଚିଲା ଅଭିନେତା ପିଣ୍ଟୁ ନନ୍ଦଙ୍କ ପାର୍ଥିବ ଶରୀର: କାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିଲା ମୃତ୍ୟୁ

438

କନକ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲା ଅଭିନେତା ପିଣ୍ଟୁ ନନ୍ଦଙ୍କ ପାର୍ଥିବ ଶରୀର । ବର୍ତମାନ ଅଭିନେତାଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର କିମ୍ସ ଶବଗୃହକୁ ନିଆଯିବ । ଆସନ୍ତାକାଲି ଭୁବନେଶ୍ୱର ବାସଭବନରେ ଶେଷଦର୍ଶନ ପାଇଁ ରହିବ । ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ । ଗତକାଲି ରାତିରେ ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ପିଣ୍ଟୁ ନନ୍ଦଙ୍କ ପରଲୋକ ହୋଇଥିଲା ପିଣ୍ଟୁ ନନ୍ଦ ଗୁରୁତର ଯକୃତ ବା ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ।

ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଅଭିନେତା ପିଂଟୁ ନନ୍ଦଙ୍କ ପରଲୋକ ହୋଇଛି । ଆଲବମ ହିରୋରୁ ଫିଲ୍ମ ହିରୋ, କମେଡିରୁ ଭିଲେନ, ଅଭିନୟର ସବୁ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି ପିଂଟୁ । ପ୍ରଶଂସକଙ୍କ ପ୍ରାର୍ଥନା ତାଙ୍କୁ ବଂଚାଇ ପାରିନି ସତ, ହେଲେ ହସାଉଥିବା, କନ୍ଦାଉଥିବା, ଡରାଉଥିବା ଓ ମନୋରଂଜନ କରୁଥିବା ପିଂଟୁ, ଦର୍ଶକଙ୍କ ହୃଦୟରେ ସେମିତି ବଂଚିରହିବେ ।