ମହିଳା ଆଣିଥିବା ଦୁର୍ବ୍ୟବହାର ମାମଲାରେ ସଫେଇ ରଖିଲେ ଅଭିନେତା ପିଂଟୁ ନନ୍ଦ : କହିଲେ ସେ ମହିଳା କିଏ ମୁଁ ଜାଣିନି । ଫିଲ୍ମରେ ଅଭିନୟ ସୁଯୋଗ ନମିଳିବାରୁ ଆଣିଥାଇପାରନ୍ତି ଅଭିଯୋଗ

483

କନକ ବ୍ୟୁରୋ : ଫିଟୁଙ୍କ ନାଁରେ ଭୁବନେଶ୍ୱରରେ ନୟାପଲ୍ଲୀ ଥାନାରେ ଜଣେ ମହିଳା ଦୁର୍ବ୍ୟବହାର ଅଭିଯୋଗ ଆଣିବା ପରେ ସଫେଇ ରଖିଛନ୍ତି ଅଭିନେତା ।  ଆଜି ସେ କହିଛନ୍ତି,  ସଂପୃକ୍ତ ମହିଳା ଏହିି ଅଭିଯୋଗ କାହିଁକି ଆଣିଲେ ସେ ଜାଣିନାହାନ୍ତି ।  ତାଙ୍କୁ ସୁଟିଂ ସେଟରେ  ମଧ୍ୟ କେବେ ଦେଖିନାହାନ୍ତି । ସିନେମାରେ ସ୍ତ୍ରୀଙ୍କ ଭୂମିକା  କରିନପାରିବାରୁ ମହିଳାଙ୍କ ଜଣକ ଏଭଳି ଅଭିଯୋଗ ଆଣିଛନ୍ତି ବୋଲି ପିଂଟୁ ନନ୍ଦ କହିଛନ୍ତି ।  ପ୍ରଥମ ଥର ଲାଗି ଥାନାରେ ଝିଅଙ୍କୁ ଦେଖିଲି । ପୁଲିସ  ତାଙ୍କୁ ନୋଟିସ ଦେଇଛି ଓ ୧୫ ଦିନ ମଧ୍ୟରେ ପକ୍ଷ  ରଖିବାକୁ କହିଛି ବୋଲି କହିଛନ୍ତି ପିଂଟୁ ନନ୍ଦ ।

ଗତକାଲି ଜଣେ  ମହିଳା ପିଂଟୁଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ । ଅଭିଯୋଗ ଅନୁସାରେ, ଫିଲ୍ମରେ ଅଭିନୟ କରିବା ପାଇଁ ସଂପୃକ୍ତ ମହିଳାଙ୍କୁ ଡାକିଥିଲେ ପିଂଟୁ । ଆଉ ସାକ୍ଷାତ ସମୟରେ ମହିଳାଙ୍କୁ  କମ୍ପରମାଇଜ କରିବାକୁ କହିଥିବା କହିଥିଲେ ମହିଳା । ଏପରିକି ତାଙ୍କୁ ଗାଳିଗୁଲଜ କରିଥିବା ବି ଅଭିଯୋଗ ଆଣିଥିଲେ ସଂପୃକ୍ତ  ମହିଳା ।  ପରେ ପିଟୁ ନନ୍ଦଙ୍କୁ ଡାକି ପଚରାଉଚରା କରିଥିଲା ପୁଲିସ ।