ଅଭିନେତା ପିଂଟୁ ନନ୍ଦଙ୍କ ବିରୋଧରେ ଦୁର୍ବ୍ୟବହାର ମାମଲା : ପୁଲିସ କହିଲା ହୋଇନି କାଷ୍ଟିଂକାଉଚ; ନୟାପଲ୍ଲୀ ଥାନାରେ ମହିଳା ଆଣିଥିଲେ ଦୁର୍ବ୍ୟବହାର ଅଭିଯୋଗ, ପିଂଟୁୁଙ୍କୁ ହୋଇଥିଲା ପଚରାଉଚରା

810

କନକ ବ୍ୟୁରୋ : ଅଭିନେତା ପିଂଟୁ ନନ୍ଦଙ୍କ ନାଁରେ ନୟାପଲ୍ଲୀ ଥାନାରେ ମହିଳା ଆଣିଥିବା ଦୁର୍ବ୍ୟବହାର ଅଭିଯୋଗ ମାମଲା । ଘଟଣାରେ କୌଣସି କାଷ୍ଟିଂ କାଉଚ୍ ହୋଇନାହିଁ । ଏନେଇ କନକନ୍ୟୁଜକୁ ସୂଚନା ଦେଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ୨୯୪/୫୦୬ରେ ମାମଲା ରୁଜ୍ଜୁ ହୋଇଛି । ୪୧ରେ ନୋଟିସ୍ ଦେଇ ଥାନାରୁ ଛାଡିଛି ପୋଲିସ ।

ଗତକାଲି ଜଣେ ମହିଳା ଅଭିନେତା ପିଂଟୁ ନନ୍ଦଙ୍କ ନାଁରେ ଅଭିଯୋଗ ଆଣିଥିଲେ ଯେ ଫିଲ୍ମରେ ଅଭିନୟ କରିବା ପାଇଁ ଡାକି ସାକ୍ଷାତ ସମୟରେ କମ୍ପରମାଇଜ କରିବାକୁ କହିଥିଲେ । ପିଂଟୁ ନନ୍ଦଙ୍କ ସହ ଅନ୍ୟ ୪ ଜଣଙ୍କ ନାଁରେ ବି ମାମଲା ରୁଜୁ ହୋଇଥିଲା ନୟାପଲ୍ଲୀ ଥାନାରେ ।