କନକ ବ୍ୟୁରୋ : ହିନ୍ଦୀ ଚଳଚିତ୍ର ଓ ଟେଲିଭିଜନର ଲୋକପ୍ରିୟ ଅଭିନେତା ମିଥଲେଶ ଚର୍ତୁବେଦୀଙ୍କ ଦେହାନ୍ତ ହୋଇଛି । ଅଗଷ୍ଟ ୩ ତାରିଖରେ ରାତିରେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୁହାଯାଉଛି କି ତାଙ୍କର ହାର୍ଟ ଆଟାକ ହେବାକୁ ସେ ତାଙ୍କ ଘରୋଇ ସହର ଲକ୍ଷ୍ନୌ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ତାଙ୍କ ଜ୍ୱାଇ ଆଶିଷ ଚର୍ତୁବେଦୀ ସୋସିଆଲ ମିଡିଆ ମାଧ୍ୟମରେ ଦେଇଛନ୍ତି ।

Advertisment

ମିଥଲେଶଙ୍କ ଦେହାନ୍ତ ଖବର ଆସିବା ପରେ ବଲିଉଡ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ସେ ତାଙ୍କ ଅଭିନୟ କ୍ୟାରିୟରରେ ଅନେକ ବଡ ବଡ ଅଭିନେତାଙ୍କ ସହ କାମ କରିଛନ୍ତି । ସେ ସନି ଦେଓଲଙ୍କ ସହ ‘ଗଦର ଏକ୍ ପ୍ରେମକଥା’, ମନୋଜ ବାଜପେୟୀଙ୍କ ସହ ‘ସତ୍ୟା’, ଶାହାରୁଖ ଖାନଙ୍କ ସହ ‘ଅଶୋକା’, ବଣ୍ଟି ଔର ବବଲୀ, କୃଷ ଓ ରେଡ୍ଡୀ ଭଳି ସିନେମାରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଣ୍ଟିଥିଲେ । ଏହାସହ ରିତିକ୍ ରୋଷନଙ୍କ ସହ ‘କୋଇ ମିଲଗୟା’ ସିନେମା ତାଙ୍କୁ ବେଶ୍ ପରିଚୟ କରାଇଥିଲା ।