କଂଗ୍ରେସରେ ମିଶିରେ ମନୋଜ ମିଶ୍ର । ହାତ ଧରିଲେ ଅଭିନେତା

100

କନକ ବ୍ୟୁରୋ : ଅଭିନେତାରୁ ରାଜନେତା ବନିଛନ୍ତି ମନୋଜ ମିଶ୍ର । ରାଜ୍ୟ ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ଉପସ୍ଥିତିରେ ହାତ ଧରିଛନ୍ତି ମନୋଜ ମିଶ୍ର । କଂଗ୍ରେସରେ ସାମିଲ ହେବା ପରେ ମନୋଜ ମିଶ୍ର କହିଛନ୍ତି, ଦଳ ଯେଉଁ ଦାୟିତ୍ୱ ଦେବ ତାକୁ ସଠିକ୍ ଢଙ୍ଗରେ ସମ୍ପାଦନ କରିବେ ।

କଂଗ୍ରେସରେ ଯୋଗ ଦେବା ପରେ ମନୋଜଙ୍କୁ, ସ୍ୱାଗତ କରିଛନ୍ତି ବରିଷ୍ଠ ନେତା ନରସିଂହ ମିଶ୍ର ଓ ପିସିସି ସଭାପତି ଶରତ ପଟ୍ଟନାୟକ । କହିଛନ୍ତି, ପଶ୍ଚିମ ଓଡିଶାରେ କଂଗ୍ରେସ ସୁଦୃଢ଼ ହେଉଛି । ଆଗକୁ କଂଗ୍ରେସରେ ଆହୁରି ନେତା ଯୋଗ ଦେବେ ।

ଗତ କିଛି ଦିନ ହେଲା ମନୋଜ ମିଶ୍ର ବିବାଦରେ ଥିଲେ । ଓଲିଉଡର ଅନ୍ୟ ଏକ ଗୋଷ୍ଠି ସହ ବିବାଦ ଉଗ୍ରରୂପ ନେଇଥିଲା । ଏପରିକି ମନୋଜଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ । ସେତେବେଳେ ତାଙ୍କୁ ସିଧାସଳଖ ସମର୍ଥନ କରିଥିଲେ ନରସିଂହ ମିଶ୍ର । ପଶ୍ଚିମ ଓଡିଶାର ଅନ୍ୟ ବିଜେପି ନେତାମାନେ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ । ସେବେଠୁ ଚର୍ଚ୍ଚା ହେଉଥିଲା ରାଜନୀତିରେ ଯୋଗ ଦେଇପାରନ୍ତି ମନୋଜ ମିଶ୍ର ।