କଂଗ୍ରେସର ହାତ ଧରିଲେ ମନୋଜ ମିଶ୍ର । କହିଲେ ଲୋକଙ୍କ ସ୍ୱର ସାଜିବାକୁ ମୁଁ ରାଜନୀତିକୁ ଆସିଛି , ନିର୍ବାଚନ ଲଢିବି କି ନାହିଁ ଦଳ ନିଷ୍ପତ୍ତି ନେବ ।

521

କନକ ବ୍ୟୁରୋ : କଂଗ୍ରେସରେ ମିଶିଲେ ଅଭିନେତା ମନୋଜ ମିଶ୍ର । ପିସିସି ସଭାପତି ଓ କଂଗ୍ରେସ ପ୍ରଭାରୀଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ହାତ ଧରିଲେ ମନୋଜ । ପଶ୍ଚିମ ଓଡ଼ିଶାରେ କଂଗ୍ରେସର ଟାଣୁଆ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ମନୋଜ ।

କଂଗ୍ରେସରେ ମିଶିବା ପରେ ମନୋଜ କହିଛନ୍ତି, ନେତା ହେବାକୁ ନୁହେଁ ବରଂ ଲୋକଙ୍କ ସେବା କରିବାକୁ ମୁଁ ଆସିଛି । ପଶ୍ଚିମ ଓଡ଼ିଶାରେ ଏବେ ଅନେକ ସମସ୍ୟା ରହିଛି । ସରକାର ଏହା ପ୍ରତି ଦୃଷ୍ଟି ଦେଉନାହାନ୍ତି । ତେଣୁ ଲୋକଙ୍କ ସ୍ୱର ଉଠାଇବାକୁ ମୁଁ କଂଗ୍ରେସରେ ସାମିଲ ହୋଇଛି । ଓଡ଼ିଆ ସିନେମା ପାଇଁ ମୁହଁ ଖୋଲିଲି ବୋଲି ଏବେ ଓଡ଼ିଆ ସିନେମାରେ କିଛି ପରିବର୍ତ୍ତନ ଆସିଛି । ନିର୍ବାଚନ ଲଢିବି କି ନାହିଁ ତାହା ପରବର୍ତ୍ତୀ ସମୟରେ ଦଳ ନିଷ୍ପତ୍ତି ନେବ । ପୂର୍ବରୁ ଓଲିଉଡକୁ ନେଇ ଦେଖାଦେଇଥିବା ବିବାଦରେ ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଥିଲେ ନରସିଂହ ମିଶ୍ର ।