କନକ ବ୍ୟୁରୋ: ଲୋକପ୍ରିୟ ବଲିଉଡ୍ ଅଭିନେତା ମଙ୍ଗଲ ଧୀଲନଙ୍କର ବିୟୋଗ ହୋଇଛି । କ୍ୟାନ୍ସରରେ ପୀଡିତ ହୋଇ ଲୁଧିଆନା ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ପରଲୋକ ହୋଇଛି । ଜୁନ୍ ୧୮ରେ ତାଙ୍କ ଜନ୍ମଦିନ ଥିବାବେଳେ ଏହା ପୂର୍ବରୁ ତାଙ୍କର ଦେହାନ୍ତ ସମସ୍ତଙ୍କୁ ମର୍ମାହତ କରିଛି ।

Advertisment

ସୂଚନା ମୁତାବକ, ମଙ୍ଗଲ ଧୀଲନଙ୍କ ଜନ୍ମ ପଞ୍ଜାବ ଫରିଦକୋଟ ଜିଲ୍ଲାରେ ଏକ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲ । ସ୍କୁଲ ପଢା ଏକ ସରକାରୀ ବିଦ୍ୟାଳୟରେ ଶେଷ କରିବା ପରେ ସେ ଉତ୍ତରପ୍ରଦେଶ ଚାଲିଯାଇଥିଲେ । ୧୯୮୦ରେ ଅଭିନୟରେ ପୋଷ୍ଟ ଗ୍ରାଜୁଏସନ୍ କୋର୍ସ କଲେ । ଏହାସହ ଦିଲ୍ଲୀର ଥିଏଟରରେ ମଧ୍ୟ କାମ କରିବାକୁ ଆରମ୍ଭ କଲେ । ଏହାପରେ ୧୯୮୬ରେ ଟିଭି ଶୋ’ ‘କଥା ସାଗର’ରେ ଅଭିନୟ କରିବାକୁ ତାଙ୍କ ପ୍ରଥମ ସୁଯୋଗ ମିଳିଥିଲା । ଏହାପରେ ସେ ଅନେକ ସିରିଏଲ ଓ ଫିଲ୍ମରେ ନିଜ ଅଭିନୟର ଜାଦୁଗରୀ ଦେଖାଇଛନ୍ତି ।