ଅଭିନେତ୍ରୀ ଜାକଲିନଙ୍କୁ ଆଶ୍ୱସ୍ତି: ମନି ଲଣ୍ଡ୍ରିଂ ମାମଲାରେ ଅନ୍ତରୀଣ ଜାମିନ୍

Advertisment
ଅଭିନେତ୍ରୀ ଜାକଲିନଙ୍କୁ ଆଶ୍ୱସ୍ତି: ମନି ଲଣ୍ଡ୍ରିଂ ମାମଲାରେ ଅନ୍ତରୀଣ ଜାମିନ୍

କନକ ବ୍ୟୁରୋ: ଦେଶର ମହାଠକ କୁହାଯାଉଥିବା ସୁକେଶ ଚନ୍ଦ୍ରଶେଖର ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଛି ଆଶ୍ୱସ୍ତି । ଜ୍ୟାକଲିନଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି କୋର୍ଟ । ୫୦, ୦୦୦ ଟଙ୍କା ମୁଚାଲିକାରେ ପଟିଆଲା ହାଉସ୍ କୋର୍ଟ ତାଙ୍କୁ ଏହି ଜାମିନ ଦେଇଛନ୍ତି ।

ସୂଚନା ମୁତାବକ, ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ସୁକେଶ ତିହାର ଜେଲ୍‌ରେ ଥିବା ବେଳେ ଜାକ୍‌ଲିନ୍‌ ତାଙ୍କଠାରୁ କୋଟି କୋଟି ଟଙ୍କା ମୂଲ୍ୟର ଉପହାର ଗ୍ରହଣ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ସେ ଘଟଣାର ତଦନ୍ତ ମଧ୍ୟ କରାଯାଇଥିଲା। ଏନେଇ ଦିଲ୍ଲୀ ସିବିଆଇ ପୋଲିସ ତାଙ୍କୁ ଏକାଧିକ ଥର ଜେରା ମଧ୍ୟ କରିଥିଲା ।
ଏହି ମନି ହେରଫେର ମାମଲାରେ ଅଭିନେତ୍ରୀ ନୋରା ଫତେହିଙ୍କୁ ମଧ୍ୟ ସମନ କରିବା ସହ ଜେରା କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe