କନକ ବ୍ୟୁରୋ: ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ମୃତ୍ୟୁ ହୋଇଛି । ଜିମରେ ୱାକଆଉଟ୍ କରୁଥିବାବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁବେଳେକୁ ତାଙ୍କୁ ୪୬ ବର୍ଷ ହୋଇଥିଲା ।
ଜିମରେ ୱାକଆଉଟ କରୁଥିବାବେଳେ ହଠାତ୍ ଅଚେତ୍ ହୋଇପଡିଥିଲେ ସିଦ୍ଧାନ୍ତ । ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାଜୁ ଶ୍ରୀବାସ୍ତବ ଓ ଦୀପେଶ ଭାନଙ୍କ ପରେ ଏହା ହେଉଛି ଜିମରେ ଅଭିନେତାଙ୍କ ମୃତ୍ୟୁର ତୃତୀୟ ଘଟଣା । ସିଦ୍ଧାନ୍ତ ଲୋକପ୍ରିୟ ସିରିଏଲ ‘କୁସୁମ’, ୱାରିସ୍’ ଓ ସୂର୍ଯ୍ୟପୁତ୍ର କରଣ’ରେ ଅଭିନୟ କରି ପ୍ରଶଂସା ସାଉଁଟିଥିଲେ । ଫିଟନେସକୁ ନେଇ ସିଦ୍ଧାନ୍ତ ବେଶ୍ ସତର୍କ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2022/11/11.png)