କନକ ବ୍ୟୁରୋ : ହସ୍ପିଟାଲରୁ ଘରକୁ ଫେରିଲେ ବଲିଉଡର ବର୍ଷିୟାନ୍ କଳାକାର ଧର୍ମେନ୍ଦ୍ର । ଗତକାଲି ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବୋଲି ଜଣାପଡିଥିଲା । ପରେ ଜଣାପଡିଛି ଯେ ସେ ଚାରି ଦିନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଟୁଇଟ୍ କରି ଏହି ବର୍ଷିୟାନ୍ କଳାକାର ନିଜର ସ୍ୱାସ୍ଥ୍ୟ ବାବଦରେ ସୂଚନା ଦେଇଛନ୍ତି । ତାଙ୍କ ମାଂସ ପେଶୀରେ ଯନ୍ତ୍ରଣା ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବୋଲି କହିଛନ୍ତି । ଏଥିସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଯେଉଁ ଗୁଜବ ପ୍ରଚାର ହେଉଛି ତାଠାରୁ ଦୂରେଇ ରହିବାକୁ ସେ ତାଙ୍କ ଫ୍ୟାନ୍ସ ଓ ଶୁଭେଛୁଙ୍କୁ ଅପିଲ୍ କରିଛନ୍ତି ।

Advertisment