ଲାଲକିଲ୍ଲା ହିଂସା : ମୁଖ୍ୟ ଅଭିଯୁକ୍ତ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କ ମୃତ୍ୟୁ; ଚାଷୀ ଆନ୍ଦୋଳନ ବେଳେ ଥିଲେ ଚର୍ଚ୍ଚାରେ, ଯାଇଥିଲେ ଜେଲ

ଲାଲକିଲ୍ଲା ହିଂସା : ମୁଖ୍ୟ ଅଭିଯୁକ୍ତ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କ ମୃତ୍ୟୁ; ଚାଷୀ ଆନ୍ଦୋଳନ ବେଳେ ଥିଲେ ଚର୍ଚ୍ଚାରେ, ଯାଇଥିଲେ ଜେଲ

କନକ ବ୍ୟୁରୋ : କୃଷକ ଆନ୍ଦୋଳନ ସମୟରେ ଚର୍ଚ୍ଚାକୁ ଆସିଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଦିଲ୍ଲୀର ସୋନିପଥ ନିକଟରେ ହୋଇଛି । ଦୁର୍ଘଟଣା ସମୟରେ ଜଣେ ମହିଳା ବି କାର ଭିତରେ ବସିଥିଲେ । କାର ନିଜେ ଦୀପ ସିଦ୍ଧୁ ଚଳାଉଥିଲେ । ରାତି ପ୍ରାୟ ୯ଟା ୩୦ରେ ଏହି ଦୁର୍ଘଟଣା ହୋଇଛି ।

ହସପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୃଷକ ଆନ୍ଦୋଳନ ସମୟରେ ବେଶ ଚର୍ଚ୍ଚାରେ ରହିଥିଲେ ଦୀପ ସିଦ୍ଧୁ । ଏହାଛଡା ଲାଲକିଲ୍ଲାରେ ହୋଇଥିବା ହିଂସାରେ ସେ ଅଭିଯୁକ୍ତ ଥିଲେ । ଏହି ମାମଲାରେ ତାଙ୍କୁ ଗିରଫ ବି କରାଯାଇଥିଲା । କିଛି ମାସ ଜେଲରେ ରହିବା ପରେ ତାଙ୍କୁ ବେଲ ମିଳିଥିଲା । ସେ ହିଂସା ପାଇଁ ଲୋକଙ୍କୁ ଉସୁକାଇଥିବା ଅଭିଯୋଗ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe