କନକ ବ୍ୟୁରୋ : କୃଷକ ଆନ୍ଦୋଳନ ସମୟରେ ଚର୍ଚ୍ଚାକୁ ଆସିଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଦିଲ୍ଲୀର ସୋନିପଥ ନିକଟରେ ହୋଇଛି । ଦୁର୍ଘଟଣା ସମୟରେ ଜଣେ ମହିଳା ବି କାର ଭିତରେ ବସିଥିଲେ । କାର ନିଜେ ଦୀପ ସିଦ୍ଧୁ ଚଳାଉଥିଲେ । ରାତି ପ୍ରାୟ ୯ଟା ୩୦ରେ ଏହି ଦୁର୍ଘଟଣା ହୋଇଛି ।
ହସପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୃଷକ ଆନ୍ଦୋଳନ ସମୟରେ ବେଶ ଚର୍ଚ୍ଚାରେ ରହିଥିଲେ ଦୀପ ସିଦ୍ଧୁ । ଏହାଛଡା ଲାଲକିଲ୍ଲାରେ ହୋଇଥିବା ହିଂସାରେ ସେ ଅଭିଯୁକ୍ତ ଥିଲେ । ଏହି ମାମଲାରେ ତାଙ୍କୁ ଗିରଫ ବି କରାଯାଇଥିଲା । କିଛି ମାସ ଜେଲରେ ରହିବା ପରେ ତାଙ୍କୁ ବେଲ ମିଳିଥିଲା । ସେ ହିଂସା ପାଇଁ ଲୋକଙ୍କୁ ଉସୁକାଇଥିବା ଅଭିଯୋଗ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/917289-deep-sidhu-traitor.webp)