ଅଭିନେତା ବବି ମିଶ୍ରଙ୍କୁ ଥାନାରେ ଅଟକ : ମଦ ପିଇ ପଡୋଶୀଙ୍କୁ ମାଡ ମାରିବା ସହ ଗାଳି ଗୁଲଜ କରିଥିବା ଅଭିଯୋଗ

ନୟାପଲ୍ଲୀ ଥାନାରେ ଅଭିଯୋଗ କଲେ ପଡୋଶୀ

1,299

କନକ ବ୍ୟୁରୋ : ଥାନାରେ ଅଟକ ଅଭିନେତା ବବି ମିଶ୍ର । ମଦ ପିଇ ପଡ଼ୋଶୀଙ୍କୁ ମାଡ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗ ହୋଇଛି । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ବବିଙ୍କ ପଡ଼ୋଶୀ । ମଦ ନିଶାରେ ବନ୍ଧକୁ ଦେଖାଇ ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ ବାହା ହେବାକୁ ଜିଦ ଧରୁଛନ୍ତି ବବି ମିଶ୍ର । ପଡୋଶୀଙ୍କ ଅଭିଯୋଗ ଅନୁସାରେ ବବିଙ୍କ ଦୋରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି ।

ପ୍ରତ୍ୟେକ ଦିନ କିଛି ନା କିଛି କଥାକୁ ନେଇ ପାଟିତୁଣ୍ଡ କରୁଥିବା ନେଇ ପଡ଼ୋଶୀ କହିଛନ୍ତି । ବବିଙ୍କ ସହ ତାଙ୍କ କିଛି ସହଯୋଗୀ ମଧ୍ୟ ପଡୋଶୀଙ୍କ ଘରକୁ ଧମକ ଦେବା ସହ ଗୁଣ୍ଡା ଆଣି କଲୋନୀରେ ଉତ୍ପାତ କରୁଥିବା ଅଭିଯୋଗରେ କୁହଯାଇଛି । ଅନ୍ୟପଟେ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବବି ମିଶ୍ର । ଅନ୍ୟପଟେ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବବି ମିଶ୍ର । ସେ କହିଛନ୍ତି, ମୋ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଅଭିଯୋଗ କରିଥିବା ବ୍ୟକ୍ତି ମୋ ଅତି ଘନିଷ୍ଠ। କିଛି ରାଗରୁଷାକୁ ନେଇ ଏଭଳି ସମସ୍ୟା ଘଟିଛି । ଗତକାଲି ଗାଡ଼ି ପାର୍କିଂକୁ ନେଇ ପଡ଼ୋଶୀ ଓ ତାଙ୍କ ସାନଭାଇଙ୍କ ଭିତରେ ଝଗଡ଼ା ହୋଇଥିଲା । ପୁଲିସ ଉଭୟଙ୍କୁ ଥାନାକୁ ଡକାଇ ପଚରାଉଚରା କରୁଥିବା ଜଣାଯାଇଛି ।