ଅଭିନେତା ବିଜୟ ମହାନ୍ତି ଗୁରୁତର । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ କେୟାର ହସ୍ପିଟାଲରେ ଭର୍ତ୍ତି । ମାସେ ତଳେ ହାଇଦ୍ରାବାଦରୁ ଫେରି ଚିକିତ୍ସିତ ହେଉଥିଲେ

1,548

କନକ ବ୍ୟୁରୋ: ପୁଣି ମେଡିକାଲରେ ଭର୍ତ୍ତି ହେଲେ ବିଜୟ ମହାନ୍ତି । ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ସୂଚନା । ତାଙ୍କୁ ମେଡିକାଲ ସ୍ଥାନନ୍ତର କରାଯାଇଥିବା ସୂଚନା । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଘରୁ ଏକ କେୟାର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ତେବେ ମେ ମାସରେ ଛାତିରେ ଯନ୍ତ୍ରଣା କାରଣରୁ ବିଜୟ ମହାନ୍ତିଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିଶ୍ୱାସ ପ୍ରଶ୍ୱାସ ସହ ଛାତିରେ କଷ୍ଟ ହେବାରୁ ତାଙ୍କୁ ହାଇଦ୍ରାବାଦରେ ଚିକିତ୍ସା କରାଯାଉଥିଲା । ତେବେ ଗତ ଜୁନ ୧୪ରେ ହାଇଦ୍ରାବାଦରୁ ଭୁବନେଶ୍ୱର ଫେରି କେୟାର ହସ୍ପିଟାଲରେ ଚିକିତ୍ସା ହେଉଥିଲେ ବିଜୟ । ଆଉ ଆଜି ପୁଣି ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।