ଭୁବନେଶ୍ୱରରେ ପହଞ୍ଚିଲେ ବିଜୟ ମହାନ୍ତି: ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଡାକ୍ତରୀ ଦଳ ସହ ହାଇଦ୍ରାବାଦରୁ ଓଡିଶା ଫେରିଲେ; ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

528

କନକ ବ୍ୟୁରୋ: ଭୁବନେଶ୍ୱରରେ ପହଂଚିଲେ ଓଲିଉଡର ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ଆସି ଆଜି ଭୁବନେଶ୍ୱରରେ ପହଁଚିଲେ ଅଭିନେତା ବିଜୟ ମହାନ୍ତି । ତେବେ ରାଜଧାନୀରେ ପହଁଚିବା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ନିଆଯାଇଛି ଗୁରୁତର ଅବସ୍ଥାରେ ପ୍ରାୟ ୧୫ ଦିନ ଧରି ଏହି ବରିଷ୍ଠ କଳାକାର ହାଇଦ୍ରାବାଦରେ ଡାକ୍ତରଖାନାରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ ।

ବିଜୟ ମହାନ୍ତିଙ୍କ ଫେରିବା ନେଇ ଏକ ସହଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଅଭିନେତା ଅଖିଳ ପଟ୍ଟନାୟକ । ବିଜୟ ମହାନ୍ତିଙ୍କୁ ନେଇ ଆସିଥିବା ଆଂବୁଲାନ୍ସରେ ଡାକ୍ତର , ନର୍ସ ଏବଂ ଆଇସିୟୁ ବ୍ୟବସ୍ଥା ରହିଛି । ତାଙ୍କ ପରିବାର ମଧ୍ୟ ଏହି ଆଂବୁଲାନ୍ସରେ ଆସିଛନ୍ତି । ବିଜୟ ମହାନ୍ତି ଓଡିଶା ଫେରିବାକୁ ଚାହୁଁଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।