କନକ ବ୍ୟୁରୋ: ଆରପାରିରେ ଅଭିନେତା ବିଜୟ ମହାନ୍ତି । ଆଉ ନାହାନ୍ତି ଓଲିଉଡର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି । ୭୦ ବର୍ଷ ବୟସରେ ଆଖି ବୁଜିଲେ ଓଡିଆ ସିନେ ଜଗତର ସ୍ୱନାମଧନ୍ୟ କଳାକାର । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ତଥା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ଆଜି ତାଙ୍କୁ ପୁଣି ଥରେ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଜୟ ।
ତେବେ ମେ ମାସରେ ଛାତିରେ ଯନ୍ତ୍ରଣା କାରଣରୁ ବିଜୟ ମହାନ୍ତିଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଛାତିରେ କଷ୍ଟ ହେବାରୁ ତାଙ୍କୁ ହାଇଦ୍ରାବାଦରେ ଚିକିତ୍ସା କରାଯାଉଥିଲା । ଗତ ଜୁନ ୧୪ରେ ହାଇଦ୍ରାବାଦରୁ ଭୁବନେଶ୍ୱର ଫେରି କେୟାର ହସ୍ପିଟାଲରେ ଚିକିତ୍ସା ହେଉଥିଲେ ବିଜୟ । ତେବେ ଆଜି ପୁଣି ଗୁରୁତର ହେବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/10-16.jpg)