ବିମାନବନ୍ଦରରେ ଥିଲେ, ବିମାନରେ ନଥିଲେ ବାବୁସାନ । ଚେନ୍ନାଇରୁ ଆସିଲା ବିମାନ ହେଲେ ଆସିଲେନି ବାବୁସାନ୍ ।

609

କନକ ବ୍ୟୁରୋ: ଆଜି ବି ଆସିଲେନି ବାବୁସାନ । ଚେନ୍ନାଇରୁ ଫେରିଲେନି ଅଭିନେତା ବାବୁସାନ ମହାନ୍ତି । ଚେନ୍ନାଇରୁ ବିମାନ ଆସିଲା କିନ୍ତୁ ସେଥିରେ ଆସିନାହାନ୍ତି ବାବୁସାନ । ଭୁବନେଶ୍ୱର ବିମାନବନ୍ଦରରେ ଠିକ୍ ୯ଟା ୫୦ରେ ପହଞ୍ଚିଥିଲା ଚେନ୍ନାଇରୁ ଆସିଥିବା ବିମାନ । ସମସ୍ତେ ଆକଳନ କରିଥିଲେ ହୁଏତ ସେଥିରେ ହିଁ ବାବୁସାନ ଆସିଥାଇ ପାରନ୍ତି । ମାତ୍ର ଉକ୍ତ ବିମାନରେ ପହଞ୍ଚି ନାହାନ୍ତି ବାବୁ ।

କିଛି ସମୟ ପୂର୍ବରୁ ଚେନ୍ନାଇ ବିମାନ ବନ୍ଦରରୁ ବାବୁସାନଙ୍କ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁ ଭିଡିଓ ଦେଖି ସେ ଭୁବନେଶ୍ୱର ଫେରୁଥିବା ଚର୍ଚ୍ଚା ହେଉଥିଲା । ମାତ୍ର ବିମାନ ଭୁବନେଶ୍ୱରରେ ପହଞ୍ଚିଲା କିନ୍ତୁ ସେଥିରେ ନଥିଲେ ବାବୁସାନ । ତେବେ ବାବୁସାନଙ୍କୁ ଚେନ୍ନାଇ ବିମାନବନ୍ଦରରେ ଦେଖିଥିବା କହିଛନ୍ତି ଚେନ୍ନାଇରୁ ଫେରିଥିବା ଯାତ୍ରୀ । ଜଣେ ଯାତ୍ରୀ କହିଛନ୍ତି. ମୋ ପାଖରେ ବସିଥିଲେ ବାବୁସାନ । ହେଲେ ମୁଁ ବିମାନରେ ତାଙ୍କୁ ଦେଖିନି ।

ତେବେ ଚେନ୍ନାଇ ବିମାନବନ୍ଦରରୁ କୁଆଡେ ଗଲେ ବାବୁ ? ଯଦି ଭୁବନେଶ୍ୱର ଫେରିଲେନି ତାହାଲେ ଆଉ କେଉଁଆଡେ ଗଲେ ବାବୁସାନ? କେବେ ଘରକୁ ଫେରିବେ ଅଭିନେତା ? ସେ ଫେରୁୁଥିବା ଖବର ନିଆଁ ଭଳି ମାଡିଯିବା ପରେ ବିମାନବନ୍ଦରରେ ଗଣମାଧ୍ୟମର ଭିଡ ଲାଗିଥିଲା, ମିଡିଆକୁ ସାମ୍ନା ନକରିବାକୁ ପୁଣି ଯାତ୍ରା କ୍ୟାନସଲ କଲେ କି ବାବୁସାନ? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କିମାରୁଛି ।