ଅର୍ପିତାଙ୍କ କୁବେର ସମ୍ପତି : ଜବତ ହୋଇ ସାରିଲାଣି ୫୦ କୋଟିରୁ ଅଧିକ ଟଙ୍କା

114

କନକ ବ୍ୟୁରୋ : ଶିକ୍ଷକ ଦୁର୍ନୀତିକୁ ମାମଲାକୁ ନେଇ ଉଠୁଛି ପଡୁଛି ପଶ୍ଚିମବଙ୍ଗ ରାଜନୀତି । ପାର୍ଥ ମୁଖାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଆଉ ଏକ ଘରେ ରେଡ୍ କରୁଛି ଇଡି । ବର୍ତ୍ତମାନ ସୁଦ୍ଧା ୪ଟି ଫ୍ଲାଟରେ ଇଡ୍ ରେଡ୍ କଲାଣି । ପଚରାଉଚରା ପାଇଁ ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଡାକିଛି ଇଡି । ପୂର୍ବରୁ ମଧ୍ୟ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଇଡି ପଚରାଉଚରା କରିଥିଲା । ଏହି ଶିକ୍ଷକ ଦୁର୍ନୀତି ମାମଲାକୁ ନେଇ ମମତା ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଅର୍ପିତାଙ୍କ ଆଉ ଏକ ଫ୍ଲାଟରେ ରେଡ୍ :-

– ଅର୍ପିତା ମୁଖାର୍ଜୀଙ୍କ ଆଉ ଏକ ଫ୍ଲାଟରେ ଇଡିର ଚଢଉ
– ଅର୍ପିତାଙ୍କ କେତେକ ଦସ୍ତାବିଜରୁ ତଥ୍ୟ ମିଳିବା ପରେ ରେଡ୍
– ଅର୍ପିତାଙ୍କ ଫ୍ଲାଟରୁ ଇଡିକୁ ମିଳିଛି ଏକ କଳା ଡାଏରୀ
– ଡାଏରୀରେ ପାର୍ଥ ଚାଟାର୍ଜୀଙ୍କ ଦୁର୍ନୀତି ସଂପର୍କରେ ସୁରାକ୍ ଥିବା ଚର୍ଚ୍ଚା
– ଦୁର୍ନୀତିର ସୁରାକ୍ ମିଳିଥିବାରୁ ତଦନ୍ତକୁ ଜୋରଦାର କରିଛି ଇଡି
– ଜୁଲାଇ ୨୨ରେ ଡାଇମଣ୍ଡ ସିଟି ଫ୍ଲାଟରେ ହୋଇଥିଲା ଚଢାଉ
– ୨୭ ଜୁଲାଇରେ ବେଲଘରିଆର ୨ଟି ଫ୍ଲାଟରେ ହୋଇଥିଲା ରେଡ୍
– ଗତକାଲି ଚିନାର ପାର୍କର ଫ୍ଲାଟରେ ରେଡ୍ କରିଛି ଇଡି

ଅର୍ପିତାଙ୍କ କୁବେର ସମ୍ପତି :-

– ପାର୍ଥଙ୍କ ଘନିଷ୍ଠ ସହଯୋଗୀ ଅର୍ପିତାଙ୍କ ଘରେ ଟଙ୍କାର ପାହାଡ
– ଅର୍ପିତାଙ୍କ ଘରୁ ଜବତ ହୋଇ ସାରିଲାଣି ୫୦ କୋଟିରୁ ଅଧିକ ଟଙ୍କା
– ବେଲଘରିଆ ସ୍ଥିତ ଫ୍ଲାଟରୁ ମିଳିଛି ନଗଦ ୨୯ କୋଟି ଟଙ୍କା
– ୫ କେଜି ସୁନା ଓ ବିପୁଳ ରୁପା ଜବତ କରିଛି ଇଡି
– ପ୍ରଥମେ ଇଡି ଜବତ କରିଥିଲା ୨୧ କୋଟିରୁ ଅଧିକ ନଗଦ ଟଙ୍କା
– ଅନେକ ଆଲମାରିରେ ଭର୍ତ୍ତି ହୋଇ ରହିଥିଲା ବିଡ଼ା ବିଡ଼ା ନୋଟ୍
– ବନ୍ଦ ଥିବା ଏକ ପାଇଖାନାରେ ପଡ଼ିଥିଲା ସୁନା ଅଳଙ୍କାର ଥିବା ପେଟି
– ଇଡି ଚଢଉରେ ଏତେ ପରିମାଣର ଟଙ୍କା ଓ ସୁନା ଜବତ ପ୍ରଥମ ଘଟଣା

ସ୍କାନରରେ ଟିଏମସି ନେତା : –

– ପଚରାଉଚରା ପାଇଁ ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଡାକିଲା ଇଡି
– ଆଜି ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ପୁଣି ଇଡି କରିବ ପଚରାଉଚରା
– ପୂର୍ବରୁ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ୧୪ ଘଣ୍ଟା ପଚରାଉଚରା କରିଥିଲା ଇଡି
– ତୃଣମୂଳ କଂଗ୍ରେସର ଅଧିକ ନେତା ଓ ଅଧିକାରୀ ମଧ୍ୟ ଇଡି ସ୍କାନରରେ
– ପିଡବ୍ଲୁଡି ମନ୍ତ୍ରୀ ମଳୟ ଘଟକ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ପରେଶ ଅଧିକାରୀ ଇଡି ସ୍କାନରରେ
– ଇଡି ସ୍କାନରରେ ପଶ୍ଚିମବଙ୍ଗ ଶିକ୍ଷା ସଚିବ ସଚିବ ମନିଷ ଜୈନ
– ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ପରେଶ ଅଧିକାରୀଙ୍କୁ ମଧ୍ୟ ପୂର୍ବରୁ ଜେରା ହୋଇଛି

ବିଦା ହେଲେ ପାର୍ଥ : –

– ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଛନ୍ତି ମମତା ବାନାର୍ଜୀ
– ତୃଣମୂଳ କଂଗ୍ରେସ ମଧ୍ୟ ପାର୍ଥ ଚାଟାର୍ଜୀଙ୍କୁ ଦଳରୁ ବହିଷ୍କାର କରିଛି
– ମହାସଚିବ, ଜାତୀୟ ଉପସଭାପତି ଥିଲେ ପାର୍ଥ ଚାଟାର୍ଜୀ
– ଦଳର ଶୃଙ୍ଖଳାଗତ କମିଟିର ସଦସ୍ୟ ମଧ୍ୟ ଥିଲେ ପାର୍ଥ ଚାଟାର୍ଜୀ
– ଯାଂଚ ଜାରି ରହିବା ଯାଏଁ ପାର୍ଥଙ୍କୁ ଦଳରୁ ବହିଷ୍କାର କରାଯାଇଛି
– ମମତା ବାନାର୍ଜୀ କହିଛନ୍ତି, ଦୁର୍ନୀତି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି
– ପୂରା ମାମଲା ଏକ ବଡ଼ ଷଡଯନ୍ତ୍ରର ଅଂଶବିଶେଷ ବୋଲି କହିଛନ୍ତି ମମତା