କନକ ବ୍ୟୁରୋ : ବଲିଉଡର ଜଣାଶୁଣା ଅଭିନେତା ଅନୀଲ କପୁର । ଯିଏକି ଆଗରୁ ଯେମିତି ଦେଖାଯାଉଥିଲେ ଆଜି ମଧ୍ୟ ଲାଗୁଛନ୍ତି । ବୟସ ଗଡ଼ି ଚାଲିଛି ସତ କିନ୍ତୁ ଆଜି ମଧ୍ୟ ଯୌବନ ତାଙ୍କୁ ଛାଡ଼ିପାରୁନି । ଏମିତି ଲାଗୁଛି ଯେମିତି ବୟସ ତାଙ୍କ ପାଇଁ କେବଳ ଗୋଟିଏ ସଂଖ୍ୟା । ଦର୍ଶକଙ୍କୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଥିବା ଅନୀଲ କପୁର ଦୀର୍ଘ ବର୍ଷଧରି ଲିଡ୍ ରୋଲରେ ନଜର ଆସିଛନ୍ତି । ତେବେ ଯେତେବେଳେ ତାଙ୍କୁ ପ୍ରଥମେ ସପୋଟିଂ ରୋଲ ପାଇଁ ଅଫର ମିଳିଥିଲା ସେ ପ୍ରଥମେ ମନା କରି ଦେଇଥିଲେ । ଏମିତିକି ଫିଲ୍ମ ସାଇନ୍ ପାଇଁ ଗୋଟିଏ ବର୍ଷ ସମୟ ନେଇଥିଲେ  ।

Advertisment

ହଁ ଦର୍ଶକବନ୍ଧୁ ଆମେ କହୁଛୁ ଏକ୍ସେଲ ଏଣ୍ଟରନେଟମେଣ୍ଟ ପ୍ରସ୍ତୁତ ଜୋୟା ଅଖତରଙ୍କ ପ୍ରଯୋଜିତ ସିନେମା ‘ଦିଲ୍ ଧଡ଼କନେ ଦୋ’ କଥା । ୨୦୧୫ ମସିହାରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ସପୋଟିଂ ରୋଲରେ ନଜର ଆସିଥିଲେ ଅନୀଲ । ତେବେ ଫିଲ୍ମରେ ଅଭିନୟ କରିବା ପୂର୍ବରୁ ଜମା ବି ରାଜି ନଥିଲେ । ଜୋୟା ଅଖଖରଙ୍କ ଭାଇ ଫରହାନ, ପିତା ଜାଭେଦ ଅଖତର ଏବଂ ଅମୀର ଖାନ ଖାନ ମଧ୍ୟ ଏଥିରେ ଅଭିନୟ କରିବା ପାଇଁ ଅନୀଲଙ୍କୁ ବୁଝାଇଥିଲେ । କିନ୍ତୁ ସେ ରାଜି ହୋଇ ନଥିଲେ । ପରେ ପୁଅ ହର୍ଷଙ୍କ ଗୋଟିଏ କଥା ପରେ ଅଭିନୟ କରିବା ପାଇଁ ରାଜି ହୋଇଥିଲେ ଆଉ ଆୱାର୍ଡ ମଧ୍ୟ ଜିତିଛନ୍ତି ।

ଫିଲ୍ମ ‘ଦିଲ୍ ଧଡ଼କନେ ଦୋ’ରେ ପ୍ରିୟଙ୍କା ଚୋପ୍ରା ଏବଂ ରଣବୀରଙ୍କ ବାପା ଭୂମିକାରେ ନଜର ଆସିଛନ୍ତି ଅନୀଲ । ତେବେ ପୁଅ ହର୍ଷ କହିଥିଲେ କି, ଆପଣ କେବଳ ଅନସ୍ମ୍ରିନରେ ବାପା । ଆଉ ଏହି କଥାରେ ଅନୀଲ ଶେଷରେ ରାଜି ହୋଇଥିଲେ ଆଉ ୬୧ତମ ଫିଲ୍ମ ଫେୟାର ଆୱାଡରେ ‘ବେଷ୍ଟ ସପୋଟେଡ’ ଅଭିନେତା ଭାବେ ପୁରସ୍କାର ପାଇଛନ୍ତି ।

ରିୟଲ ଲାଇଫରେ ଅଜା ବନି ଯାଇଥିବା ଅନୀଲ କିନ୍ତୁ ଆଜି ମଧ୍ୟ ନିଜର ଫିଟନେଓ ଉପରେ ଧ୍ୟାନ ରଖିଛନ୍ତି । ସେ ଏକ ଇଂଟରଭିୟୁରେ କହିଛନ୍ତି କି, ମୁଁ ଆଉ ୮-୧୦ ବର୍ଷ ପର୍ଯ୍ୟନ୍ତ ଲିଡ୍ ରୋଲ କରିବା ପାଇଁ ଆଶା ରଖିଥିଲି । ଦର୍ଶକେ ମଧ୍ୟ ଚାହୁଁଥିଲେ କି, ମୁଁ ଆଉ କିଛି ବର୍ଷ ହିରୋଭାବେ ଅଭିନୟ କରିଥାନ୍ତି । ଏମିତିକି ଅନେକ ପ୍ରଂଶସକମାନେ ମଧ୍ୟ କହିଥିଲେ କି, ଏହି ସପୋଟୋର ଅଭିନେତା ହେବା ପାଇଁ ଆପଣ ଅପେକ୍ଷା କରିବା ଜରୁରୀ ଥିଲା । ତେବେ ମୁଁ ଭାବିଥିଲି କି, ଯୁବପିଢ଼ୀ ତଥା ନୂଆ ପିଢ଼ୀଙ୍କୁ ଅଭିନୟ ପାଇଁ ସୁଯୋଗ ମିଳିବା ଦରକାର । ମୁଁ ନିଜେ ନିରାଶ ନଥିଲି କିନ୍ତୁ ଏହା ମୋର ଏକ ବଡ଼ ନିଷ୍ପତି ଥିଲା ।