ଆରପାରିରେ ପ୍ରସିଦ୍ଧ ଅଭିନେତା ୟୁସୁଫ୍ ହୁସେନ, ୭୩ ବର୍ଷ ବୟସରେ କରୋନା ନେଲା ଜୀବନ

109

କନକ ବ୍ୟୁରୋ : ଅନେକ ଚଳଚିତ୍ର ଓ ଟେଲିଭିଜନ ଧାରାବାହିକରେ ଚରତ୍ର ଭୂମିକାରେ ଅଭିନୟ କରିଥିବା ତଥା ଜଣାଶୁଣା ଚଳଚିତ୍ର ପ୍ରଯୋଜକ ହଂସଲ ମେହଟ୍ଟାଙ୍କ ଶ୍ୱଶୁର ୟୁସୁଫ୍ ହୁସେନଙ୍କର ୭୩ ବର୍ଷ ବୟସରେ ମୃତ୍ୟୁ ହୋଇଛି । ନିଜେ ହଂସଲ ମେହେଟ୍ଟା ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି କରୋନା ସଂକ୍ରମଣରେ ଶିକାର ହେବା ପରେ ୟୁସୁଫଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚିିକିତ୍ସା କରାଯାଉଥିଲା । ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି ।

ୟୁସୁଫ୍ ଦିଲ୍ଲ ଚାହାତା ହେ, ବିବାହ, ଧୁମ୨, କ୍ରିସ୩, ଓ ମାଇଁ ଗହ, ସହିଦ, ରଇସ, ଭଳି ଅନେକ ସିନେମାରେ ଚରିତ୍ର କଳାକାର ଭାବେ କାମ କରିଛନ୍ତି । ଏହା ବ୍ୟତୀତ ସେ ବିଶେଷ ଭାବେ ଛୋଟ ପରଦାରେ ଜଣେ ଚରିତ୍ର ଅଭିନେତା ଭାବେ ଅନେକ ଧାରାବାହିକରେ ବି କାମ କରିଛନ୍ତି ।

ୟୁସୁଫ ହୁସେନଙ୍କ ଜ୍ୱାଇଁ ହଂସଲ ମେହେଟ୍ଟା ତାଙ୍କ ଟ୍ୱିଟରରେ ଶଶୁରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଲେଖିଛନ୍ତି କି “ମୁଁ ଯେତେବେଳେ ଆର୍ଥିକ ସଂକଟରେ ସହ ସଂଘର୍ଷ କରୁଥିଲି , ମୋ ଭବିଷ୍ୟତ ଶେଷ ହୋଇଯିବା ଭଳି ଲାଗୁଥିଲା ଓ ମୁଁ ସହିଦ ସିନେମା ନିର୍ମାଣ କରିବାକୁ ମୋ ପାଖଷର ଟଙ୍କା ନଥିଲା ସେହି ସମୟରେ ଶଶୁର ୟୁସୁଫ ହୋସେନ ଏକ ଚେକ୍ ଦେଇ ମୋତେ ସାହାଯ୍ୟ କରିଥିଲେ ”

ଅନ୍ୟପଟେ ପ୍ରଖ୍ୟାତ ଅଭିନେତା ମନୋଜ ବାଜପେୟୀ ବି ସୋସିଆଲ ମିଡିଆରେ ୟୁସୁଫ୍ ହୁସେନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଏକ ପୋଷ୍ଟ କରିଛନ୍ତି ।