କନକ ବ୍ୟୁରୋ : ଦେଶରେ ପୁଣିଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ବଲିଉଡ ଇଣ୍ଡଷ୍ଟ୍ରିଜର ବହୁ ଅଭିନେତା, ଅଭିନେତ୍ରୀ କରୋନା ସଂକ୍ରମଣରେ ଶିକାର ହେଲେଣି । ଏହି କ୍ରମରେ ଆଜି ଚର୍ଚ୍ଚିତ ଅଭିନେତା ଅମୀର ଖାନ୍ କରେନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ତାଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ନିଜ ଘରେ ସଂଗରୋଧରେ ରହିଥିବା ଜଣାପଡିଛି । କିଛିଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂପର୍କରେ ଆସିଛନ୍ତି ସମସ୍ତେ କୋଭିଡ୍ ଟେଷ୍ଟ କରାଇନେବାକୁ ସେ ଅନୁରୋଧ କରିଛନ୍ତି ।
ଆଗାମୀ ଚଳଚିତ୍ର ‘ଲାଲ୍ ସିଂ ଚଡ୍ଡା’ କୁ ନେଇ ବେସ୍ ଚର୍ଚ୍ଚାରେ ଥିଲେ ଅମୀର ଖାନ୍ । ଏହି ଚଳଚିତ୍ରଟି ହଲିଉଡ ଚଳଚିତ୍ର ‘ଫରେଷ୍ଟ ଗଂପ’ ର ହିନ୍ଦି ରିମେକ୍ । ଏହି ଚଳଚିତ୍ରରେ ଅମୀରଙ୍କ ବିପକ୍ଷରେ କରୀନା କପୁର ଅଭିନୟ କରୁଥିବା ବେଳେ ମୋନା ସିଂ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/33-7.jpg)