ବିଜ୍ଞାପନକୁ ନେଇ ଟ୍ରୋଲ ହେଲେ ଅମୀର: ହିନ୍ଦୁଙ୍କ ଭାବନାକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ

137

କନକ ବ୍ୟୁରୋ: ଅଭିନେତା ଅମୀର ଖାନଙ୍କ CEAT ଟାୟାରର ବିଜ୍ଞାପନକୁ ନେଇ ଅସନ୍ତୋଷ ଦେଖାଦେଇଛି । ଏପରିକି ବିଜେପି ନେତା ମଧ୍ୟ ତାଙ୍କୁ ନିନ୍ଦା କରିଛନ୍ତି । CEAT ଟାୟାର ବିଜ୍ଞାପନରେ ଅମୀର ଏକ କ୍ରିକେଟ ଫ୍ୟାନ ବେଶରେ ଦେଖାଦେଇଛନ୍ତି । ଏହି ବିଜ୍ଞାପନରେ ଦିପାବଳୀ ଅବସରରେ ରାସ୍ତା ଉପରେ ବାଣ ନଫୁଟାଇବାକୁ ଅମୀର ଛୋଟ ପିଲାଙ୍କୁ କହୁଛନ୍ତି  । ତାଙ୍କର ଏପରି ଉପଦେଶକୁ ପିଲାମାନେ ମାନିବାକୁ କହି ସାଲ୍ୟୁଟ ମଧ୍ୟ କରୁଛନ୍ତି । କିନ୍ତୁ ତାଙ୍କର ଏପରି କଥାରେ ଅମୀର ଟ୍ରୋଲ ହୋଇଛନ୍ତି । କାରଣ ଅମୀର କେବଳ ହିନ୍ଦୁ ମାନଙ୍କ ପର୍ବପର୍ବାଣୀ ଉପରେ କଟକଣା ଲଗାଇବାକୁ ଚେଷ୍ଟା କରୁଥିବା ୟୁଜର୍ସମାନେ ପୋଷ୍ଟ କରୁଛନ୍ତି । #Boycott_Hinduphobic_CEATରେ ଅମୀରଙ୍କ ବିରୋଧରେ ଅନେକ ବିରୋଧାତ୍ମକ ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି ।

ଅମୀର ସବୁବେଳେ ହିନ୍ଦୁଙ୍କ ପର୍ବକୁ କାହିଁକି ଟାର୍ଗେଟ କରୁଛନ୍ତି । ଏସବୁ ସତ୍ତେ୍ୱ ଅଧିକ ହିନ୍ଦୁମାନେ ହିଁ ତାଙ୍କର ଫିଲ୍ମ ଦେଖୁଛନ୍ତି ବୋଲି ଜଣେ ୟୁଜର ଲେଖିଛନ୍ତି । ଅନ୍ୟପଟେ ରାସ୍ତା ଯଦି ବାଣ ଫୁଟାଇବାକୁ ନୁହେଁ ତେବେ କ’ଣ ବର୍ଷର ୩୬୫ ଦିନ ଯାକ ନମାଜ ପଢିବା ପାଇଁ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ୟୁଜର୍ସ । ଏବାବଦରେ ଟାୟାର କମ୍ପାନୀ ମାଲିକଙ୍କୁ ମଧ୍ୟ କଡା ନିନ୍ଦା କରାଯାଇଛି ।