ଉତରାଖଣ୍ଡରେ ପହଁଚି ବାବା କେଦାରନାଥଙ୍କ ଦର୍ଶନ କଲେ ଅଭିନେତା ଅକ୍ଷୟ କୁମାର, ମହାଦେବଙ୍କ ଶରଣରେ ପହଁଚି ମାଗିଲେ ଆର୍ଶୀବାଦ

164

କନକ ବ୍ୟୁରୋ : କେଦାରନାଥରେ ପହଁଚିଲେ ଅଭିନେତା ଅକ୍ଷୟ କୁମାର । ମଙ୍ଗଳବାର ସକାଳେ ବାବା କେଦାରନାଥଙ୍କୁ ଦର୍ଶନ କରିଥିଲେ ଅକ୍ଷୟ । ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଥିଲେ ଓ ପୂଜାରୀଙ୍କ ସହ କିଛି ସମୟ ଆଲୋଚନା ମଧ୍ୟ କରିଥିଲେ ଅକ୍ଷୟମ । ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ପୋଷ୍ଟ କରିବା ସହ ଅକ୍ଷୟ ଲେଖିଥିଲେ ଭୋଳାବାବାଙ୍କ ଜୟ ହେଉ । ମନ୍ଦିରର ଦର୍ଶନ ଶେଷ କରିବା ପରେ ଆଖପାଖ ଅଂଚଳରେ ମଧ୍ୟ ଅଭିନେତା ବୁଲି ଦେଖିଥିଲୋ । ସୂଚନା ଅନୁସାରେ ଅଭିନେତା ନିଜର ଆଗାମୀ ଚଳଚିତ୍ରର ସୁଟିଂ ପାଇଁ ବର୍ତମାନ ଉତରାଖଣ୍ଡରେ ପହଁଚିଛନ୍ତି । ସୁଟିଂ ଆରମ୍ଭ କରିବା ପୂର୍ବରୁ ଆର୍ଶୀବାଦ ନେବା ପାଇଁ କେଦାରନାଥଙ୍କ ଧାମରେ ପହଁଚିଛନ୍ତି । ଆଗାମୀ କିଛି ଦିନ ଡେରାଡୁନ ଓ ବିଭିନ୍ନ ଆର୍କଷଣୀୟ ସ୍ଥାନରେ ଫିଲ୍ମର ସୁଟିଂ କରାଯିବ । ଲଗାତାର କିଛି ଦିନ ହେବ ଅକ୍ଷୟଙ୍କ ଗୋଟେ ପରେ ଗୋଟେ ଫିଲ୍ମ ଫ୍ଲପ୍ ହେଉଛି ।ତେଣୁ ନିଜର ଆଗାମୀ ସିନେମାର ସଫଳତା ପାଇଁ ବେଶ ଆଶାୟୀ ଅଛନ୍ତି ଅକ୍ଷୟ କୁମାର ।