‘ମୋ ସହ ଅଭିନୟ କରିବାକୁ ଡରୁଛନ୍ତି ଅଭିନେତା’: ସାକ୍ଷାତକାରରେ କହିଲେ ତାପସୀ

253

କନକ ବ୍ୟୁରୋ: ଆକ୍ସନ ଲେଡି ଆକ୍ଟ୍ରେସ ଭାବେ ଜଣାଶୁଣା ତାପସୀ ପନ୍ନୁ ବଲିଉଡର ଜଣେ ସଫଳ ଅଭିନେତ୍ରୀ କହିଲେ ଭୁଲ ହେବ ନାହିଁ । ହେଲେ ତାଙ୍କ ସହ ଅଭିୟନ ନକରିବାକୁ ବାହାନା ଖୋଜନ୍ତି ଅଭିନେତା । ଏକଥା ଏକ ସାକ୍ଷାତକାରରେ କହିଛନ୍ତି ତାପସୀ । ତାଙ୍କ ସହ ଫିଲ୍ମ କରିବାକୁ ଅନେକ ଭଲଭଲ ଆକ୍ଟର ମଧ୍ୟ ଅମଙ୍ଗ ହେଉଛନ୍ତି । ଏଭଳି ବାହାନା କରୁଥିବା କିଛି ଅଭିନେତାଙ୍କ ନାଁ ମଧ୍ୟ ଏହି ସାକ୍ଷାତକାରରେ କହିଥିଲେ ।

ଏକ ଚଳଚ୍ଚିତ୍ରରେ ତାପସୀଙ୍କର ଡବଲ ରୋଲ ଥିଲା । ଏଥିରେ ରୋଲ କରିବାକୁ ଥିବା ଅଭିନେତା କହିଥିଲେ ଯେ, ଗୋଟିଏ ତାପସୀଙ୍କୁ ତ ସମ୍ଭାଳିବା କଷ୍ଟକର । ପୁଣି ଦୁଇଦୁଇଟି ତାପସୀଙ୍କୁ ସମ୍ଭାଳିବା ଅସମ୍ଭବ ବୋଲି କହି ଫିଲ୍ମରୁ କ୍ୱିଟ କରିଥିଲେ । ଏଭଳି ଅନେକ ଅଭିନେତା ତାପସୀଙ୍କ ଆଗରେ ନିଜକୁ ଅସହଜ ମନେକରନ୍ତି । ତେଣୁ କୌଣସି ଫିଲ୍ମ କରିବା ପୂର୍ବରୁ ପ୍ରଯୋଜକଙ୍କ ସହ ମିଶି ତାଙ୍କୁ କିଛି ଅଭିନେତାଙ୍କ ତାଲିକା ପ୍ରସ୍ତୁତ କରିବାକୁ ପଡେ । ଏହାପରେ ତାଙ୍କ ସହ ଉଭୟ ପ୍ରଯୋଜକ ଓ ତାପସୀ କଥା ହେବା ପରେ ଆକ୍ଟର ସିଲେକ୍ଟ ହୁଅନ୍ତି ବୋଲି ଶୁଣିବାକୁ ମିଳୁଛି । ଆଗକୁ ତାପସୀଙ୍କ ଅଭିନୀତ ‘ସାବାସ୍ ମିଠୁ’ ଓ ଲୁପ ଲପେଟା’ ନାମକୁ ଦୁଇଟି ଫିଲ୍ମ ଆସୁଛି ।