ଜେଲ୍ ଯିବେ ବଲିଉଡ୍ ଅଭିନେତା ଆଦିତ୍ୟ ପାଞ୍ଚୋଲୀ । ପଡୋଶୀକୁ ଆକ୍ରମଣ କରିଥିବା ଅଭିଯୋଗରେ ଦୋଷୀ ସାବସ୍ତ୍ୟ କରି ୧ବର୍ଷର ଜେଲ୍ ଦଣ୍ଡ ଶୁଣାଇଛନ୍ତି ମୁମ୍ବାଇର ଅନ୍ଧେରୀ ଅଦାଲତ । ଏହା ସହ ୨୦ ହଜାର ଟଙ୍କା ଜରିମାନା ମଧ୍ୟ ଦେବା ପାଇଁ କହିଛନ୍ତି କୋର୍ଟ ।
ସୂଚନା ଅନୁସାରେ, ୨୦୦୫ରେ ଆଦିତ୍ୟଙ୍କ ବିରୋଧରେ ତାଙ୍କ ପଡୋଶୀ ମାମଲା ରୁଜୁ କରିଥିଲେ । ସେ ଅଭିଯୋଗ କରିଥିଲେ କି ଆଦିତ୍ୟଙ୍କ ଆକ୍ରମଣ ଯୋଗୁଁ ସେ ଗୁରୁତର ଆହତ ହୋଇଥିଲେ । ଶରୀର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିବା ସହ ନାକ ଫାଟି ରକ୍ତ ମଧ୍ୟ ବାହାରିଥିଲା । ସେପଟେ ଆଦିତ୍ୟଙ୍କ ଓକିଲ ବେଲ୍ ପାଇଁ ଆବେଦନ କରିଛନ୍ତି । ତେବେ ଆଦିତ୍ୟଙ୍କ ବିରୋଧରେ ଏହା ପ୍ରଥମ ଅଭିଯୋଗ ନୁହେଁ । ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ନିଜର ଦାଦାଗିରି ଦେଖାଇ ଚର୍ଚ୍ଚାରେ ଥାନ୍ତି ଆଦିତ୍ୟ ପାଞ୍ଚୋଲୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/16-Aditya-Pancholi.jpg)