ଶ୍ରୀକଲା ଘାଟିରେ ଅଭିନେତା-ଅଭିନେତ୍ରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । କନ୍ଧମାଳରେ କୁହୁଡ଼ି ଯୋଗୁଁ ଦୁର୍ଘଟଣା ।

3,539

କନକ ବ୍ୟୁରୋ: କନ୍ଧମାଳରେ କୁହୁଡ଼ି ହେଲା କାଳ । ଶ୍ରୀକଲା ଘାଟିରେ ଅଭିନେତା-ଅଭିନେତ୍ରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜି. ଉଦୟଗିରି ନିକଟ ଶ୍ରୀକଲା ଘାଟିରେ ଅଭିନେତା ଅଭିଶେକ ଗିରିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସେ ନିଜେ କାର ଚଳାଉଥିବା ବେଳେ ସାଥିରେ ଥିଲେ ସୁନୀଲ ପଟ୍ଟନାୟକ ଓ ଅଭିନେତ୍ରୀ ସାୟନ ମୁଖାର୍ଜୀ । ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହେବା ପରେ ସମସ୍ତଙ୍କୁ ଜି.ଉଦୟଗିରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା ।

ଓଡ଼ିଆ ଫିଲ୍ମ ଅଦୃଶ୍ୟ ସୁଟିଂ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘନ କୁହୁଡ଼ି ଯୋଗୁଁ ଘାଟିରେ କାରଟି ଭାରସାମ୍ୟ ହରାଇ ଗାର୍ଡ ୱାଲକୁ ମାଡ଼ ହୋଇ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଓଲଟି ପଡ଼ିଛି । ଦୁର୍ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।