ପ୍ରଦୂଷଣ ସାର୍ଟିଫିକେଟ୍ ନେଇ ଆସିଲା ବଡ ଖବର । ଭୁବନେଶ୍ୱରରେ କେଉଁଠି ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍, ଦେଖନ୍ତୁ ପୁରା ତାଲିକା ।

Advertisment
ପ୍ରଦୂଷଣ ସାର୍ଟିଫିକେଟ୍ ନେଇ ଆସିଲା ବଡ ଖବର । ଭୁବନେଶ୍ୱରରେ କେଉଁଠି ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍, ଦେଖନ୍ତୁ ପୁରା ତାଲିକା ।

କନକ ବ୍ୟୁରୋ : ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଏବେ ରାସ୍ତାରେ କଟକଣାର କୋକୁଆ ଭୟ ଖେଳିଯାଇଛି । ଏପରିକି ଘରୁ ବାହାରକୁ ଗାଡି କାଢିଲେ ଚାଳକଙ୍କ ଛାତିରେ ଛନକା ପଶୁଛି । ଗୋଟିଏ ପଟେ ଟ୍ରାଫିକ୍ ଧରପଗଡ ଅନ୍ୟପଟେ ଲାଇସେନ୍ସ ଏବଂ ଇନସ୍ୟୁରାନ୍ସ ପାଇଁ ଭିଡ । ରାତି ପାହିଲେ ଆରଟିଓ ଅଫିସରେ ଲାଇନ୍ ଲଗାଉଛନ୍ତି ଶହ ଶହ ଲୋକ । ଆଉ ଏହାରି ଭିତରେ ମାସେ ପାଇଁ କୋହଳ ହୋଇଛି ପ୍ରଦୂଷଣ ଉଲ୍ଲଘଂନ ନିୟମ । ଗାଡି ଚାଳକ ୩୦ ଦିନ ଭିତରେ ପଲ୍ୟୁସନ ସାର୍ଟିଫିକେଟ ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ କେଉଁଠି ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍ । ଏହି ଆଶଙ୍କା ଏବେ ସମସ୍ତଙ୍କ ମଧ୍ୟରେ ରହିଛି । ଆଉ ଏହି ଆଶା ଆଶଙ୍କା ଭିତରେ ଆଶ୍ୱସ୍ତିକର ଖବର ଆଣିଦେଇଛି ରାଜ୍ୟ ପରିବହନ ବିଭାଗ । ଆସନ୍ତୁ ଜାଣିବା କେଉଁଠି ମିଳିବ ପଲ୍ୟୁସନ୍ ସାର୍ଟିଫିକେଟ୍ ।

ପଲ୍ୟୁସନ ସାର୍ଟିଫିକେଟ୍ ପାଇଁ ସାରା ରାଜ୍ୟରେ ମୋଟ୍ ୨୯ଟି ପଲ୍ୟୁସନ୍ ସାର୍ଟିଫିକେଟ୍ ସେଂଟର ଖୋଲିଛି ରାଜ୍ୟ ପରିବହନ ବିଭାଗ । ତେବେ ରାଜଧାନୀ ଭୁବନେଶ୍ୱରର ମୋଟ୍ ୧୧ଟି ସ୍ଥାନରେ ଏହି ସେଂଟର ଖୋଲାଯାଇଛି । ଦେଖନ୍ତୁ କେଉଁଠାରୁ ଆପଣ ପାଇପାରିବେ ଆପଣଙ୍କ ପଲ୍ୟୁସନ୍ ସାର୍ଟିଫିକେଟ୍ ।

publive-imagepublive-image

୧.ଭୁବନେଶ୍ୱର ନୟାପଲ୍ଲୀ  ଅଂଚଳର ଗାର୍ଗସନ୍ ଅଟୋମୋବାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍
୨. ନୟାପଲ୍ଲୀ ନାବାର୍ଡ ସମ୍ମୁଖରେ ଥିବା ଭାରତ ଅଟୋମୋବାଇଲ୍ସ
୩. ମଂଚେଶ୍ୱର ଏସବିଆଇ ଛକରେ ଥିବା ଗାର୍ଗସନ୍ ପ୍ରୋପଟିଜ୍ ପ୍ରାଇଭେଟ୍ ଲିମିଟେଡ୍
୪. ପଟିଆ କାନନ ବିହାର, ଫେଜ-୨ରେ ଥିବା ଭାରତ ଅଟୋମୋବଇଲ୍ସ
୫. ମଂଚେଶ୍ୱରରେ ଥିବା ଭାରତ ମୋଟର୍ସ
୬. ଚନ୍ଦ୍ରଶେଖରପୁରର ଶୁଭମ ମୋବାଇଲ ପଲ୍ୟୁସନ୍ ଟେଷ୍ଟିଙ୍ଗ ସେଂଟର
୭. ପଟିଆରେ ଥିବା ମୋହିତ ମୋବାଇଲ୍ ପଲ୍ୟୁସନ୍ ସେଂଟର
୮. ଖଣ୍ଡଗିରିରେ ଥିବା ମା ଲକ୍ଷ୍ମୀ ପଲ୍ୟୁସନ୍ ଟେଷ୍ଟିଙ୍ଗ ସେଂଟର
୯. ଚନ୍ଦ୍ରଶେଖରପୁରରେ ଥିବା ନିର୍ମଳ ସାଇ ପଲ୍ୟୁସନ୍ ଟେଷ୍ଟିଙ୍ଗ ୟୁନିଟ୍
୧୦. ଝାରପଡାର ନାରାୟଣ ମୋଟର୍ସ
୧୧. ପାହାଳ, ବାଲିଅନ୍ତାରେ ଥିବା ଚିନ୍ତାମଣିଶ୍ୱର ଫିଲିଙ୍ଗ ଷ୍ଟେସନ୍ । 
ଏହି ସେଂଟର ଗୁଡିକରୁ ଆପଣ ଆପଣଙ୍କ ଗାଡିର ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇପାରିବେ । ତେଣୁ ଆସନ୍ତା ୧ ମାସ ଭିତରେ ଆପଣ ଆପଣଙ୍କ ପଲ୍ୟୁସନ୍ ସାର୍ଟିଫିକେଟ୍ ବାହାର କରେଇନିଅନ୍ତୁ । ନଚେତ୍ ୧ ମାସ ପରେ ଏହି ସାର୍ଟିଫିକେଟ୍ ନଥିଲେ ପୁଣି ଥରେ ଆପଣଙ୍କୁ ୧୦୦୦୦ ଟଙ୍କାର ଜୋରିମାନା ଦେବାକୁ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe