କନକ ବ୍ୟୁରୋ: ଆଗକୁ ନିର୍ବାଚନ । ଏନେଇ ଚର୍ଚ୍ଚାରେ ରହି ଆସୁଥିବା ବଲାଙ୍ଗୀରରେ ରାଜନୈତିକ ମାହୋଲ ବେଶ ସରଗରମ ହୋଇଉଠିଛି । ଚଳିତ ଥର ଲଢେଇ ବେଶ ରୋଚକ ଥିବା ବେଳେ ସବୁ ଦଳ ଉପରେ ଏବେ ଜନତାଙ୍କ ରହିଛି ନଜର । ଏଥର ବିଜେପିର ସାଂସଦ ପାଇଁ ସଙ୍ଗୀତା କୁମାରୀ ସିଂ ଦେଓଙ୍କୁ ପୁଣି ପ୍ରାର୍ଥୀ କରାଯାଇଛି । ବିଜେଡି ପ୍ରାର୍ଥୀ ହୋଇଥିବା କଂଗ୍ରେର ବଳିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ ହଠାତ ବିଜେଡିରେ ଯୋଗ ଦେଇଥିଲେ । ଦୁଇଦିନ ପରେ ବିଜେଡିରୁ ତାଙ୍କୁ ସାଂସଦ ପ୍ରାର୍ଥୀ ଘୋଷଣା କରିଥିଲା ।

Advertisment

ଠିକ ସେହିପରି କଂଗ୍ରେସର ବଲାଙ୍ଗୀରରେ ଅନେକ ନେତା ସାଂସଦ ରେସରେ ଥିବା ବେଳେ ଚର୍ଚ୍ଚାରେ ଥିବା ଅଭିନେତା ମନୋଜ ମିଶ୍ରଙ୍କୁ ଲୋକସଭାରୁ ଦଳ ତାଙ୍କୁ ଟିକେଟ ଦେଇଛି । ତେବେ ନିଜ ନିଜ ଦଳ ଛାଡି ଅନ୍ୟ ଦଳରେ ସାମିଲ ହୋଇ ଟିକେଟ୍ ହାସଲ କରୁଥିବା ନେତାଙ୍କୁ ଲୋକେ କେତେଦୂର ଗ୍ରହଣ କରୁଛନ୍ତି ତାହା ଆଗାମୀ ଦିନରେ ଫଳାଫଳରେ ହିଁ ଜଣାପଡିବ ।

ଦଳ ଦଳ ମଧ୍ୟରେ ମଇଦାନରେ ଆରମ୍ଭ ହୋଇଗଲାଣି କସରତ । ପ୍ରାର୍ଥୀଙ୍କ ପ୍ରଚାର ସହ ଭିନ ଭିନ୍ନ ମୁଦ୍ଦା ନେଇ ଦଳକୁ ଓହ୍ଲାଇଛନ୍ତି ପ୍ରାର୍ଥୀମାନେ । ବିଜେଡି ପ୍ରାର୍ଥୀ ଜଣକ ବିପୁଳ ଜନ ସମର୍ଥନ ପାଇବାର ଆକଳନ କରୁଥିବା ବେଳେ ବିଭିନ୍ନ ଉନ୍ନୟନ ମୂଳକ କାମ କରି ଲୋକଙ୍କ ଭରସା ଜିତିବାକୁ ପ୍ରୟାସ କରୁଛି ବିଜେପି । ସେହିଭଳି କଂଗ୍ରେସ ପାଇଁ ଅଭିନେତା ମନୋଜ ମିଶ୍ର ବିପୁଳ ସଂଖ୍ୟାରେ ଭୋଟ୍ ହାତେଇବାକୁ ଆଶା ରଖିଛନ୍ତି । ଚଳିତଥର ବଲାଙ୍ଗୀରରେ ଲଢେଇ ବହୁ ଜୋରଦାର ହେବ ବୋଲି ଆଶା କରାଯାଉଛି ।

ନିର୍ବାଚନ ପାଇଁ ସବୁ ଦଳ ପାଇଁ ପର୍ଯ୍ୟାପ୍ତ ସମୟ ହାତରେ ଥିବାବେଳେ କିଏ କେଉଁ ମୁଦ୍ଦା ନେଇ କିଭଳି ଭାବେ ଲୋକଙ୍କୁ ଆକୃଷ୍ଟ କରିବ ତା ଉପରେ ଏବେ ପୁରା ଜନତାଙ୍କ ନଜର ରହିଛି ।