ରାଜ୍ୟ ସରକାରଙ୍କ ଆକଳନ : ମେ ୧୫ ସୁଦ୍ଧା ୧୩ ହଜାର ଛୁଇଁବ କରୋନାର ଦୈନିକ ସଂକ୍ରମଣ

୧୪ ଦିନ ପରେ ଦେଶରେ କମିଲା କରୋନା ସଂକ୍ରମଣ : ୩୭ ଲକ୍ଷ ୧୫ ହଜାର ୨୨୧କୁ ଖସି ଆସିଲା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା; ସୁସ୍ଥ ହାର ୮୨.୭୫ ପ୍ରତିଶତକୁ ବୃଦ୍ଧି

କନକ ବ୍ୟୁରୋ : ଗତ ୨୪ ଘଂଟାରେ ୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ସହ ଟେଷ୍ଟ ପଜିଟିଭିଟି ରେଟ୍ ୨୦ ପ୍ରତିଶତ ପାଖାପାଖି ପହଂଚି ସାରିଛି । ଗତ ୨୪ ଘଂଟାରେ ୪୨ ହଜାର ୪୦୧ ନମୂନା ପରୀକ୍ଷା ହୋଇଥିବାବେଳେ ସଂକ୍ରମଣର ହାର ରହିଛି ୧୯ ଦଶମିକ ୭୩ ପ୍ରତିଶତ । ଅର୍ଥାତ ରାଜ୍ୟରେ କ୍ରମାଗତ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦେଖି ସରକାର ଯେଉଁ ସତର୍କବାଣୀ କରିଛନ୍ତି ତାହା ସବୁଠାରୁ ଚିନ୍ତାଜନକ ।

- ମେ’ ୧୫ ତାରିଖ ବେଳକୁ ରାଜ୍ୟରେ ୧୩ ହଜାର ଛୁଇଁପାରେ କରୋନାର ଦୈନିକ ସଂକ୍ରମଣ
- ଅତି ଖରାପ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- ପଶ୍ଚିମ ଓଡିଶା ଜିଲ୍ଲାଗୁଡିକ ସମେତ କଟକ ଓ ଭୁବନେଶ୍ୱରରେ ବଢିଚାଲିଛି ସଂକ୍ରମଣ ମାମଲା
- ମେ’ ୧୫ ତାରିଖ ବେଳକୁ ଦୈନିକ ସଂକ୍ରମଣ ୧୩ ହଜାର ୨୪୯ ହେବା ନେଇ ଆକଳନ
- ଆଗାମୀ ୨ ସପ୍ତାହ ମଧ୍ୟରେ ୨ ଲକ୍ଷ ୪ ହଜାର ନୂଆ ସଂକ୍ରମଣ ମାମଲା ଆସିବା ଆଶଙ୍କା
- ସେହିପରି ଆଗାମୀ ୨ ସପ୍ତାହ ମଧ୍ୟରେ ସକ୍ରିୟ ମାମଲା ୧ ଲକ୍ଷ ୨ ହଜାର ହେବା ଆକଳନ
- ସ୍ୱାସ୍ଥ୍ୟ ବିଭାଗର ଆକଳନ, ମେ’ ୧୫ ବେଳକୁ ହସ୍ପିଟାଲରେ ଥିବେ ୫ ହଜାର ୮୧୫ ଆକ୍ରାନ୍ତ
- ସେହିପରି ଆଇସିୟୁରେ ଥିବେ ୨ ହଜାର ୪୦ ଓ ଭେଂଟିଲେଟରରେ ଥିବେ ୪୩୮ ରୋଗୀ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe